Dailyhunt

ପଣା ସଂକ୍ରାନ୍ତି ଉଡାପର୍ବ ପ୍ରସ୍ତୁତି ବୈଠକ

ଟଗାଁ, ୦୪ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତରା ପଂଚାୟତର ବେଢାପାଳ ଗ୍ରାମର ପ୍ରସିଦ୍ଧ ପଣା ସଂକ୍ରାନ୍ତି ଉଡା ପର୍ବପାଳନ ପାଇଁ ଆଜି ବାସୁଳୀବୁଢୀ ଠାକୁରାଣୀ ପାଲାମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଗ୍ରାମର ଡାକୁଆ କଳ୍ପତରୁ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମର ଥିବା ତିନୋଟି ସାହିର ମୁଖିଆ ଭଜମନ ଗିରୀ, ଆନନ୍ଦଚନ୍ଦ୍ରନାଏକ, ମଙ୍ଗୁଳୁ ନାଏକ, ଚୌଧୁରି ନାଏକ, ତୀର୍ଥବାସୀ ନାଏକ, ବଂଶୀଧର ଜେନା, ବାଂଚ୍ଛାନିଧି ଜେନା, ପ୍ରତାପ ନାଏକ, ବାମଦେବ ନାଏକ, ରାମଚନ୍ଦ୍ର ଦେହୁରୀ, ରବି ଦେହୁରୀ, କହ୍ନେଇ ନାଏକ, ଦୁଷ୍ମନ୍ତ ସାହୁ ପ୍ରମୁଖ ଯୋଗ ଦେଇ ରିତି ନୀତି ଓ ଶାନ୍ତି ଶୃଙ୍ଖଳାରେ ପର୍ବ ପାଳନ ଏବଂ ସାଂସ୍କ୍ରୃତିକ କାର୍ଯ୍ୟକ୍ରମ ବାଦିପାଲା ଆୟୋଜଳ ନେଇ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya