Dailyhunt
''ପଣ୍ତିତ ଦୀନଦୟାଲ     ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬'' ଅଧୀନରେ 'ମଣ୍ଡଳ ପ୍ରଶିକ୍ଷଣ ବର୍ଗ'ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗଦାନ

''ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬'' ଅଧୀନରେ 'ମଣ୍ଡଳ ପ୍ରଶିକ୍ଷଣ ବର୍ଗ'ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର, 08 ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଆଟଗାଁ କଲ୍ୟାଣ ମଣ୍ଡପ ଠାରେ

ମହିମୁଣ୍ଡା ମଣ୍ଡଳ ଜୋନ- ୧୯ ର ମଣ୍ଡଳ ସଭାପତି ଶ୍ରୀ ଲକ୍ଷ୍ମଣ ପାତ୍ରଙ୍କ ସଭାପତିତ୍ୱରେ ''ପଣ୍ତିତ ଦୀନଦୟାଲ

ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬'' ଅଧୀନରେ ଅନୁଷ୍ଠିତ ହେଉଥିବା 'ମଣ୍ଡଳ ପ୍ରଶିକ୍ଷଣ ବର୍ଗ'ରେ ଯୋଗଦେଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।

ଏହି ପ୍ରଶିକ୍ଷଣ ମହାଅଭିଯାନରେ ବକ୍ତା ଭାବେ ସମ୍ବଲପୁର ଜିଲ୍ଲା

ସଭାପତି ଶ୍ରୀ ରାମଚନ୍ଦ୍ର ମେହେର, ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା, ବରିଷ୍ଠ ନେତା

କାର୍ତିକ ବହିଦାର ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଆଜିର ଏହି ପ୍ରଶିକ୍ଷଣ ବର୍ଗରେ ଦଳର ନୀତି, ଆଦର୍ଶ ସହ ଆଗାମୀ

ଲକ୍ଷ୍ୟ ଏବଂ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ତୃଣମୂଳ ସ୍ତରରେ ପହଞ୍ଚି ଦଳକୁ ଆହୁରି

ସୁଦୃଢ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ଅଟନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya