Dailyhunt
ଫେରାର ୧୧ ଅଭିଯୁକ୍ତ ଗିରଫ

ଫେରାର ୧୧ ଅଭିଯୁକ୍ତ ଗିରଫ

ୟପୁର, 04 ଏପ୍ରିଲ୍ (ହି.ସ.) ଅପରାଧିକ ମାମଲାରେ ଫେରାର ଥିବା ୧୧ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପିଲ୍ଲି ଗ୍ରାମର ଧନୁଯ୍ୟୟ ଖାତି, କୁମୁଲିପୁଟ ଗ୍ରାମର ବିଷ୍ଣୁ ବାହାଦୁର,ସିଆଡିମାଳ ଗ୍ରାମର ଶିବ ମୁଦୁଲି, ସାନକାଉଡି ଗ୍ରାମର ଗୋବିନାଥ ହାଲବା, ପିଣ୍ଟୁ ବାହାଦୁର, ସାନଜିଉନା ଗ୍ରାମର ଲଛମନ ନାୟକ, ପ୍ରେମ ନାୟକ, କୁମାର ନାୟକ ହରିଜନ, ବାରିଣିପୁଟ ଗ୍ରାମର ରୁଜୁ ମୁଦୁଲି, ପୁରୁଷତ୍ତମ ମୁଦୁଲି, କୈଳାଶ ଖୋସଲା ।

ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya