Dailyhunt
ଫିଲ୍ମ ଷ୍ଟାଇଲରେ କିଡ୍ନାପ୍, ଗୋଡାଇ ଗୋଡାଇ ଧରିଲା ପୋଲିସ, ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ

ଫିଲ୍ମ ଷ୍ଟାଇଲରେ କିଡ୍ନାପ୍, ଗୋଡାଇ ଗୋଡାଇ ଧରିଲା ପୋଲିସ, ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ

ଭଦ୍ରକ, ୩ ମଇ (ହି.ସ.) - ଆଜି ଭଦ୍ରକରେ ଜଣେ କାଜୁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରୁ କିଛି ଦୃବୁର୍ତ ଫିଲ୍ମ ଷ୍ଟାଇଲରେ ବୋଲେରୋରେ ଅପହରଣ କରି ନେଉଥିବାବେଳେ ସହରାଂଚଳ ଥାନା ପୁଲିସ୍ ପହଂଚି ବୋଲେରୋକୁ ଗୋଡାଇ ଧରିବା ସହ ଅପହୃତାଙ୍କୁ ଉଦ୍ଧାର କରିଛି। ପ୍ରାପ୍ତ ସୂଚନା ଅନୁସାରେ ଦିବା ୯.୩୦ ମିନିଟ୍ ସମୟରେ ଭଦ୍ରକ ସହରାଂଚଳ ଥାନା ଅଧୀନ ପୋଷ୍ଟ ଅଫିସ ଛକ ପେଟ୍ରୋଲ ଟାଙ୍କି ନିକଟରୁ ଭଦ୍ରକ କୁଆଁସରେ ଭଡାରେ ରହୁଥିବା କଟକ ତିଗିରିଆ ଅଂଚଳର କାଜୁ ବ୍ୟବସାୟୀ ପ୍ରସନ୍ନ ପ୍ରଧାନ ପରିବା କିଣି ଘରକୁ ଚାଲି ଚାଲି ଯାଉଥିବାବେଳେ ତାଙ୍କୁ ବରହମପୁର ନିମାଖଣ୍ଡିର ଚନ୍ଦନ କୁମାର ସାହୁ, ପାଟପୁରର ଦେବାଶିଷ ଆଚାର୍ଯ୍ୟ, ବିଏନପୁରର ରାଜେଶ କୁମାର ସାହୁ ଏକ ବୋଲେରୋରେ ଉଠାଇ ନେଇଥିଲେ।

ଖବର ପାଇ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଉକ୍ତ ବୋଲେରୋକୁ ଗୋଡେଇ ଧରିଥିବାବେଳେ କାଜୁ ବ୍ୟବସାୟୀ ଶ୍ରୀ ପ୍ରଧାନଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ଅପହରଣ ସ୍ଥାନରେ ପ୍ରସନ୍ନଙ୍କ ଜୋତା ଓ ପନି ପରିବା ପଡି ରହିଥିଲା । ତେବେ ଟଙ୍କା କାରବାରକୁ ନେଇ ଗଞ୍ଜାମରୁ ଆସି ଭଦ୍ରକରୁ କିଡନାପ ହୋଇଥିବା ବିଷୟ ଜଣାପଡିଛି । କାଜୁ ବେପାରରେ ୩୦ ଲକ୍ଷ ଟଙ୍କା ବାକି ରଖି ଦେଉନଥିବାରୁ ଏଭଳି ଅପହରଣ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏବଂ ଉକ୍ତ ଘଟଣାରେ ୩ ଜଣଙ୍କୁ ପୁଲିସ୍ ଗିରଫ କରି ଅଧିକ ତଦନ୍ତ ଜାର ରଖିଥିବା ବିଷୟ ଥାନାଧିକାରୀ ଶ୍ରୀ ମିଶ୍ର କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya