Dailyhunt
ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳାଫଳ

ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳାଫଳ

କନ୍ଧମାଳ, ୦୩ ମଇ(ହି.ସ.) - ଲଗାତାର ଭାବରେ ବର୍ଷ ବର୍ଷ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗର୍ବ ଓ ଗୌରବକୁ ବଜାୟ ରଖିବା ତଥା ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି। ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ୪ଟି ହାସଲ କରିବା ସହ କନ୍ଧମାଳ ଜିଲ୍ଲାର ଟପର ମଧ୍ୟ ହାତେଇଛି। ଏ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି କ୍ଷ ପ୍ରକାଶ ଥାଉ କି ଚଳିତ ବର୍ଷ ୨୦୨୬ ମାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ମୋଟ ୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ତନ୍ମଧ୍ୟରୁ ଏ୧ ଶ୍ରେଣୀରେ - ୪, ଏ-୨ ଶ୍ରେଣୀରେ ୮ ଜଣ, ବି-୧ ଶ୍ରେଣୀରେ ୧୩ ଜଣ, ବି-୨ ଶ୍ରେଣୀରେ ୨୨ ଜଣ ଓ ସି- ଶ୍ରେଣୀରେ ୧୮ ଜଣ ଡି-ରେ ୧୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଏ-୧ ଶ୍ରେଣୀର ୪ ଜଣଙ୍କ ମଧ୍ୟରେ ଛାତ୍ର ଅଭିଷେକ ମହାପାତ୍ର ମୋଟ ୬୦୦ରୁ ୫୭୫ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଦ୍ୟାଳୟର ଦ୍ୱିତୀୟ ସ୍ଥାନ ସ୍ମୃତି ଆଂଚଲ ଦିଗାଲ ୫୪୫, ଜିତେନ୍ଦ୍ର ଆଚାର୍ଯ୍ୟ ଏବଂ ସାନଭି ସାହୁ ଉଭୟ ୫୪୦ ନମ୍ବର ରଖି ବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବ ଆଣିଛନ୍ତି।

ବିଦ୍ୟାଳୟର ସଫଳତାକୁ ନେଇ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ବିଦ୍ଧତ ପରିଷଦର ସଭାପତି ବାସୁଦେବ ପ୍ରହରାଜଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏତଦ୍ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତି ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରିବା ସହିତ ଆଗାମୀ ଶିକ୍ଷା ବର୍ଷରେ ମଧ୍ୟ ଏପରି ସଫଳତା ଅର୍ଜନ କରିବା ପାଇଁ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ଉତ୍ସାହିତ କରିଛନ୍ତି। ପୁନଶ୍ଚ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ସେବକ ସେବିକା ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ପରିଶେଷରେ କୃତି ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତଙ୍କ ତରଫରୁ ମଙ୍ଗଳ କାମନା କରାଯାଇଛି। ପ୍ରକାଶ ଥାଉକି କନ୍ଧମାଳରେ ପାସ ହାର ୯୮.୧୭%, ରାଜ୍ୟରେ ତୃତୀୟ ସ୍ଥାନ କନ୍ଧମାଳରେ ୨୧୪ ସ୍କୁଲର ୧୦୭୬୮ ଜଣ ଦେଇଥିଲେ ମ୍ୟାଟ୍ରିକ ପରୀକ୍ଷା ସେଥିମଧ୍ୟରୁ ଏ୧-୬ଜଣ, ଏ୨-୫୪ଜଣ, ବି୧-୩୧୮ଜଣ, ବି୨-୧୧୫୫, ମ-୨୮୭୭ ଡି-୩୯୩୫ ଏବଂ ଇ-୨୨୨୬

ପରୀକ୍ଷା ଦେଇଥିଲେ ଛାତ୍ର - ୪୭୦୪ ଓ ଛାତ୍ରୀ -୫୮୬୭ ଅଛନ୍ତି ସମୁଦାୟ ୧୦୯୪୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫୭୧ ଜଣ ପାସ ହୋଇଥବା ସୂଚନା ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya