Dailyhunt

ଫୁଲବାଣୀରେ ୨୦୨୬ ଶିକ୍ଷା ବର୍ଷ ନିମନ୍ତେ ଜିଲ୍ଲାସ୍ତରୀୟ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ

ନ୍ଧମାଳ, ୪ ଅପ୍ରେଲ (ହି.ସ.)- କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ୨୦୨୬ ଶିକ୍ଷା ବର୍ଷ ନିମନ୍ତେ ଜିଲ୍ଲାସ୍ତରୀୟ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଶିକ୍ଷାର ମୂଳଦୁଆକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ସାରସ୍ଵତ ସମାରୋହ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ ଏବଂ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟରେ ପ୍ରଥମ କରି ପାଦ ଥାପିଥିବା କୁନି କୁନି ଶିଶୁମାନଙ୍କୁ ଅତିଥିମାନେ ସ୍ୱାଗତ କରିଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ ଅତିଥିମାନେ ଶିଶୁମାନଙ୍କ ହାତ ଧରି ସେମାନଙ୍କର ବିଦ୍ୟା ଆରମ୍ଭ ବା 'ଖଡ଼ିଛୁଆଁ' କରାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ଵାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନା କୁମାରୀ ଦିଗାଲ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିସରକୁ ରଙ୍ଗବେରଙ୍ଗର ବେଲୁନ ଓ ଫୁଲରେ ସଜାଯିବା ସହ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya