Dailyhunt
ପ୍ରିତମ କୁମାର ମେହେର ବୌଦ୍ଧ ଜିଲ୍ଲା ଟପର,ଜିଲ୍ଲାରେ ପାସ ହାର୯୫.୫୮ ପ୍ରତିଶତ, ଏ୧ ରେ ୧୨ ଜଣ ଉତୀର୍ଣ୍ଣ

ପ୍ରିତମ କୁମାର ମେହେର ବୌଦ୍ଧ ଜିଲ୍ଲା ଟପର,ଜିଲ୍ଲାରେ ପାସ ହାର୯୫.୫୮ ପ୍ରତିଶତ, ଏ୧ ରେ ୧୨ ଜଣ ଉତୀର୍ଣ୍ଣ

ବୌଦ୍ଧ, ୦୩ ମେ (ହି.ସ.) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । ବୌଦ୍ଧ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରିତମ କୁମାର ମେହେର ଜିଲ୍ଲା ଟପର ହୋଇଛନ୍ତି। ସେ ସମୁଦାୟ ୬୦୦ ମାର୍କରୁ ୫୬୬ ମାର୍କ ରଖି ଏ୧ ରେ ଜିଲ୍ଲା ଟପର ହୋଇଛନ୍ତି । ବୌଦ୍ଧ ସହର ଭୈରବୀ ଛକରେ ରହୁଥିବା ରାଜକିଶୋର ମେହେର ଓ ସରିତା ମେହେରଙ୍କ ପୁତ୍ର ଅଟନ୍ତି ପ୍ରିତମ ।

ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲାରେ ପାଶ ହାର ରହିଛି ୯୫.୫୮ ପ୍ରତିଶତ । ଏ୧ ରେ ୧୨ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ବୌଦ୍ଧ ଜିଲ୍ଲାର ୭୯ଟି ହାଇସ୍କୁଲର ୬୬୨୭ଟି ସ୍କୁଲର ଛାତ୍ରଛାତ୍ରୀମାନେ ନିଜ ନାମ ପଂଜିକୃତ କରିଥିଲେ । ମାତ୍ର ୬୨୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୯୬୪ ଛାତ୍ର ଥିବା ବେଳେ ୩୩୦୭ ଛାତ୍ରୀ ଥିଲେ । ୧୨ ଜଣ ଛାତ୍ରଛାତ୍ରୀ ଏ୧ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ଏ୨ ରେ ୯୯ ଜଣ ପାଶ କରିଛନ୍ତି । ସେହିପରି ବି୧ ରେ ୨୬୯ ଜଣ ଓ ବି୨ ରେ ୬୯୦ ଜଣ, ସି ରେ ୧୫୨୮ ଜଣ, ଡି ଗ୍ରେଡରେ ୨୦୬୦ ଜଣ, ଇ ଶ୍ରେଣୀରେ ୧୬୧୩ ଜଣ ଉତିର୍ଣ୍ଣ ହୋଇଥିବା ବେଳେ ୨୯୦ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya