Dailyhunt
ପୁଣି ବିଜେଡିର ବଡ଼ ଆକ୍ସନ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ

ପୁଣି ବିଜେଡିର ବଡ଼ ଆକ୍ସନ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ

ଭଦ୍ରକ, ୬ ଅପ୍ରେଲ (ହି.ସ.) - ବିଜେଡିର ପୁଣି ବଡ଼ ଆକ୍ସନ । ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି । ସେହିଭଳି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ଜଣାପଡିଛି ।ନିଲମ୍ବିତ ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି ।

ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ । ସରପଓଠରୁ ମୋର ରାଜନୈତିକu କ୍ୟାରିୟର ଆରମ୍ଭ । କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya