ଭୁବନେଶ୍ୱର, 05 ଜୁଲାଇ (ହି.ସ.)- ପୂର୍ବତନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମବିଲାସ ପାଶୱାନଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ସେ ସମାଜର ବିଭିନ୍ନ ବର୍ଗର କଲ୍ୟାଣ ଏବଂ ସମାବେଶୀ ବିକାଶ ପାଇଁ ନିରନ୍ତର
କାର୍ଯ୍ୟ କରିଥିଲେ। ସାର୍ବଜନୀନ ଜୀବନରେ ଜନସେବା ପ୍ରତି ଶ୍ରୀ ରାମବିଲାସ ପାସୱାନ ଜୀଙ୍କ
ସମର୍ପଣ ସଦା ସ୍ମରଣୀୟ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
