Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀରେ ଅରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି : କଂଗ୍ରେସ

ପୁରୀରେ ଅରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି : କଂଗ୍ରେସ

ଭୁବନେଶ୍ୱର, ୦୫ ମଇ (ହି.ସ)- ପୁରୀ ଜିଲ୍ଲା କଣାସରେ ବର୍ବର ଆକ୍ରମଣ ଘଟଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ଭବନଠାରେ ଅ୍ର୍ରାୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ, ମହିଳା କଂଗ୍ରେସ ମିଡ଼ିଆ ବିଭାଗ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ମୁଖପାତ୍ର ରୁପାଦିତ୍ୟା ମହାପାତ୍ର କହିଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ପୁରୀ ମାଟିରେ ଗୋପବନ୍ଧୁଙ୍କ ଆଦର୍ଶକୁ ଜଳାଞ୍ଜଳି ଦେଇଛି ବିଜେପି ସରକାର।

ପୁରୀ ଜିଲ୍ଲାର କଣାସ ମାଟିରେ ବିଜେପି ନେତାଙ୍କ ଛତ୍ରଛାୟା ତଳେ ନିଶା ଏବଂ ଦୁରାଚାର ଚରମ ସୀମାରେ ପହଂଚିଛି। ଭୟର ବାତାବରଣ, ଆରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି।ପୁରୀ ଅଂଚଳରେ ଦୟା ଏବଂ ଭାର୍ଗବୀ ନଦୀ ପଠାରୁ ବିଜେପି ନେତାଙ୍କ ଆଶୀର୍ବାଦରେ ବାଲି ମାଫିଆମାନଙ୍କ ବାଲି ବେପାର, ମଣିଷ ରକ୍ତରେ ଚାଲିଛି ହୋଲି ଖେଳ, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଛାରଖାର।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ପୁରୀ କୁହାଳିଆ ସାଂସଦଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ କରି କଂଗ୍ରେସ କହିଛି ବାଲି କାରବାର ଚାଲିଛି ଜୋରଦାର, ପୋଲିସ ମାଫିଆଙ୍କୁ ଡରୁଛି ନା ସତ୍ତାଧାରୀ ନେତାଙ୍କୁ ଡରି ମାଫିଆଙ୍କୁ ଛାଡ଼ି ଦେଉଛି ?ଲାକ ଚିତା-ଚୈତନ୍ୟ କାଟି କେବଳ ଭଜନ କୀର୍ତନ ପାଇଁ ସେମାନଙ୍କୁ ବାଛିନଥିଲେ। ସତ୍ୟବାଦୀ ବିଧାୟକଙ୍କ ସୁରକ୍ଷା ନଥିଲେ ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରିପ୍ ବାଲି ଚୋରି ସମ୍ଭବ କି ?

ସରକାର ଯଦି ଜଗନ୍ନାଥଙ୍କ ପବିତ୍ର ଯାହା ଓଡିଶାଙ୍କ ପରିଚୟ ସେହି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ହେୟଜ୍ଞାନ କରୁଛନ୍ତି ତେବେ ଅନ୍ୟ ଜିଲ୍ଲା ପ୍ରତି ସରକାରଙ୍କ ମନୋଭାବ କଣ ଥିବ ଚିନ୍ତା କରନ୍ତୁ ବୋଲି ସମ୍ମିଳନୀରେ ଭାଗ ନେଇଥିବା ନେତ୍ରୀଗଣ ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya