Dailyhunt

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷ ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର, ୪ ମଇ (ହି.ସ.) - ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା

ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ

ସୁରେଶ ପୂଜାରୀଙ୍କ ଦ୍ଵାରା ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ସକାଳୁ ଶୁଭ ବେଳାରେ ପାରମ୍ପରିକ ପୂଜା ଅନୁଷ୍ଠିତ ହେବା

ସହ ମହାପ୍ରଭୁଙ୍କ ଆଶୀର୍ବାଦସ୍ଵରୁପ ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ କରପଲ୍ଲବ ଫୁଲ ଆସିଥିଲା l ସମ୍ମିଳନୀ କକ୍ଷକୁ ଉଦଘାଟନ କରି ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ

ଏହା ରାଜସ୍ୱ ବିଭାଗର ନବକଳେବରର ପ୍ରତୀକ ବୋଲି ମତପ୍ରକାଶ କରିଥିଲେ l

ଏହି ଅବସରରେ ରାଜସ୍ୱ ଓ

ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ନବୀକୃତ

ସମ୍ମିଳନୀ କକ୍ଷ ରାଜସ୍ୱ ବିଭାଗର ନୂତନ ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ପ୍ରତିଫଳିତ କରୁଥିବା

ବେଳେ ବିଭାଗର ସାମର୍ଥ୍ୟ ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିର୍ବାହ କରିବ ବୋଲି ମତବ୍ୟକ୍ତ କରିଥିଲେ l

ନବୀକୃତ ସମ୍ମିଳନୀ କକ୍ଷରେ

ପ୍ରଥମ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା, ପାରଦର୍ଶୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନମାନଙ୍କରେ ବିଭାଗର

କାର୍ଯ୍ୟଧାରା ସମ୍ପର୍କରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା l ମନ୍ତ୍ରୀଙ୍କ ପରାମର୍ଶ ସହ ବିଭାଗର ବିଭିନ୍ନ ପ୍ରସଙ୍ଗରେ ସୁବିସ୍ତୃତ

ଆଲୋଚନା ହୋଇଥିଲା l

ଏହି ଅବସରରେ ନବୀକରଣ

କାର୍ଯ୍ୟକୁ ସମ୍ପନ୍ନ କରିଥିବା ନିର୍ମାଣ ବିଭାଗର ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ

ଅଧିକାରୀବୃନ୍ଦ ଉପସ୍ଥିତ ରହିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya