Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ- ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ଯେ ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ। ଆଜି ହୀରାକୁଦ ଜଳସ୍ତର ୬୨୦.୭୭ ଫୁଟ ରହିଛି। କାଲି ସୁଦ୍ଧା ୬୧୮ ଓ ବୁଧବାର ସୁଦ୍ଧା ୬୧୫ ଫୁଟ ଜଳସ୍ତର ରଖାଯିବ।

ବର୍ତମାନ ହୀରାକୁଦରୁ ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ଛଡ଼ା ଯାଉଛି।

ମୁଣ୍ଡଳିରେ ୫ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ୫ ତାରିଖ ପରେ ବର୍ଷା ଅଛି ବୋଲି କିଛି ଅନ୍ତର୍ଜାତୀୟ ମଡେଲ କହୁଛି। ମାତ୍ର ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଏଯାଏ କୌଣସି ଆକଳନ କରିନାହିଁ। ତେବେ ଏଲ୍ନିନୋ ପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya