ଗଂଜାମ, 06 ମେ (ହି.ସ.)
ଭଂଜନଗରରେ 10ଦିନ ହେଲା ଠାକୁରାଣୀ ଯାତ୍ରା ଚାଲିଛି । ଏହି ଅବସରରେ ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପଡିଆରେ ରାମ ଦୋଳିପଡିଛି ।ଗତକାଲିରାତିରେ ଲୋକେ ଶହଶହ ସଂଖ୍ୟାରେ ଦୋଳି ଖେଳୁଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୋଳିରେ ଅଗ୍ନିକାଣ୍ଡ ଘଟିଥିଲା। ଦୋଳିରେ ବସିଥିବା ଶହଶହ ଲୋକେ ଏଣେ ତେଣେ ଦୌଡିଥିଲେ।
ତେବେ ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ତତ୍ କ୍ଷଣାତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ଲାଇନ୍ କାଟି ଅଗ୍ନିକୁ ଆୟତକରି ବଡଧରଣର ଅଘଟଣକୁ ଏଡାଇ ଦେଇଛନ୍ତି । ପ୍ରଶାସନିକ ଅନୁମତି ନନେଇ ଏହି ମିନାବଜାର ଚାଲିଛି। ଭଂଜନଗର ପୁଲିସ୍ ଘଟଣାର ତଦନ୍ତ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
