Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଗଂଜାମ ଗସ୍ତକୁ ଗର୍ବର ମୁହୂର୍ତ୍ତ ବୋଲି କହିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଗଂଜାମ ଗସ୍ତକୁ ଗର୍ବର

ମୁହୂର୍ତ୍ତ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ନିର୍ବାଚନମଣ୍ଡଳୀ ପାଇଁ

ଏକ ଐତିହାସିକ ଓ ଗର୍ବର ମୁହୂର୍ତ୍ତ।

ଆସନ୍ତା ୪-୫ ଅଗଷ୍ଟରେ ଗଞ୍ଜାମ ଗସ୍ତରେ ଆସୁଥିବା ଭାରତର

ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଏବଂ ସସମ୍ମାନ ସ୍ୱାଗତ

ଜଣାଉଛୁ।

ସେ ମା' କନ୍ଧୁଣୀ ମନ୍ଦିର, ତପ୍ତପାଣି ଏବଂ ଆମ ଅଞ୍ଚଳର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ପରିଦର୍ଶନ କରିବେ। ତାଙ୍କୁ ସ୍ୱାଗତ

ଜଣାଇବା ପାଇଁ ଆମେ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛୁ ବୋଲି ପ୍ରଦୀପ ପାଣିଗ୍ରାହୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya