Dailyhunt
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ

ବୌଦ୍ଧ, ୦୩ ମେ (ହି.ସ.) - ବୌଦ୍ଧ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ସଂସ୍କୃତି ଭବନରେ ସୃଷ୍ଟିର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିବ୍ୟଶଙ୍କର, ମୁଖ୍ୟବକ୍ତା ଭାବେ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇଥିଲେ । ଅତିଥିମାନେ ମହର୍ଷି ନାରଦଙ୍କ ଜୀବନ ଚରିତ ଆଲୋଚନା କରିବା ସହ ତାଙ୍କର ପଥ ଅନୁସରଣ ପୂର୍ବକ ମୂଲ୍ୟବୋଧ ଭିତିକ ସମ୍ବାଦ ପରିବେଷଣ କରି ଜିଲ୍ଳାର କୋଣ ଅନୁକୋଣ ର ଲୁକ୍କାୟିତ ପ୍ରଭାବୀ ଖବର ପ୍ରସାରଣ କରି ଏକ ସୁସ୍ଥ,ସମୃଦ୍ଧ ସମାଜ ଗଠନ କରିବାରେ ସହାୟକ ହେବା ପାଇଁ ନିଜ ମତ ରଖିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ନଗର ସଙ୍ଘ ଚାଳକ ଡା ସୁଦର୍ଶନ ମେହେର ଯୋଗଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଙ୍ଘ ପରିବାରର ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁ ବ୍ୟକ୍ତିଗତ ଗୀତ ଓ ପଦ୍ମ ଚରଣ ମେହେର କୃତଜ୍ଞତା ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଗୋସେବା ପ୍ରମୁଖ ଲକ୍ଷ୍ମଣ ନାୟକ, ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ, ହରଭଙ୍ଗା ଖଣ୍ଡ ସଂଘ ଚାଳକ ରାଜକିଶୋର ଆଗ୍ରୱାଲାଙ୍କ ସମେତ ଜ଼ିଲ୍ଲାର ବିଭିନ୍ନ ଅଂଚଳରୁ ସାମ୍ବାଦିକ, ଲେଖକ ଓ ସ୍ୱୟଂସେବକ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya