Dailyhunt

ରତ୍ନଭଣ୍ଡାର କୁ ନେଇ ସୋସିଆଲ ମିଡ଼ିଆ ରେ ଚାଲିଥିବା ଆଲୋଚନା ନେଇ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, 08 ଏପ୍ରିଲ (ହି.ସ.) ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରତ୍ନଭଣ୍ଡାର କୁ ନେଇ ସୋସିଆଲ ମିଡ଼ିଆ ରେ ଚାଲିଥିବା ଆଲୋଚନା ନେଇ ବର୍ଷିଛନ୍ତି ।

ସେ କହିଛନ୍ତି ସୋସିଆଲ ମିଡ଼ିଆ ରେ ବାକ ବିତଣ୍ଡା ବନ୍ଦ ହେଉ । ଆମେ କେବେ ଜାଣିବୁ ତାହା ବନ୍ଦ ହେବା ଦରକାର । ଜାତି ର ଭଗବାନ ଜଗନ୍ନାଥ ଙ୍କ ଉପର ସୋସିଆଲ ମିଡ଼ିଆ ରେ ମନ୍ତବ୍ୟ ଦେବା କୁ ଜଗନ୍ନାଥ ଦ୍ରୋହ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସେମାନଙ୍କୁ ଜଗନ୍ନାଥ ଦଣ୍ଡ ଦେବେ । ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ lଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି.. ଏହା ଗୋଟେ ମାନସିକ ରୋଗ । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya