Dailyhunt
ସାଇଡ୍ ବାଡ଼ ଭାଙ୍ଗି ତଳକୁ ଖସିଲା ଟ୍ରକ ଅଳ୍ପକେ ବର୍ତିଲେ ଡ୍ରାଇଭର

ସାଇଡ୍ ବାଡ଼ ଭାଙ୍ଗି ତଳକୁ ଖସିଲା ଟ୍ରକ ଅଳ୍ପକେ ବର୍ତିଲେ ଡ୍ରାଇଭର

କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) - କେନ୍ଦ୍ରାପଡ଼ା ଦୁହୁରିଆସ୍ଥିତ ଓଭରବ୍ରିଜ୍ରେ ଗଲାବେଳେ ଟ୍ରକ୍ ସାଇଡ୍ ବାଡ଼ ଭାଙ୍ଗି ତଳକୁ ଖସି ଯାଇଥିବା ଜଣାପଡ଼ିଛି। ପାରାଦ୍ୱୀପ ଠାରୁ କୋଇଲା ନେଇ ଦ୍ରୁତ ଗତିରେ ଯାଉଥିବାବେଳେ ଅନ୍ୟ ଏକ ଟ୍ରକ୍କୁ ଓଭରଟେକ୍ କଲାବେଳେ ଡ୍ରାଇଭର୍ ବାମପଟକୁ କାଟିଦେବା ଫଳରେ ସାଇଟ୍ ବାଡ଼ ଭାଙ୍ଗି ତଳକୁ ଖସି ଟ୍ରକ୍ ଭାଙ୍ଗିଯାଇଛି।

ଭାଗ୍ୟବଶତଃ ତଳ ରାସ୍ତାରେ କେହି ଯାତାୟତ କରୁନଥିବାବେଳେ ଡ୍ରାଇଭର ଜଣକ ବର୍ତି ଯାଇଛନ୍ତି। ସଦରଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya