Dailyhunt
ସମ୍ବଲପୁର: ବ୍ରାଉନ୍ ସୁଗର ବେପାରରେ ପୋଲିସର ଚଢ଼ାଉ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର: ବ୍ରାଉନ୍ ସୁଗର ବେପାରରେ ପୋଲିସର ଚଢ଼ାଉ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୦୪, ଏପ୍ରିଲ୍ (ହି.ସ.)

ସମ୍ବଲପୁର ସହରର ପ୍ରମୁଖ ଥାନା ଧନୁପାଲି ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଅବୈଧ ମାଦକ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ବେଳେ ଆଜି ପୋଲିସ ନିର୍ଦ୍ଧିଷ୍ଟ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଏକ ବିଶ୍ବସ୍ତ ସୂଚନା ଆଧାରରେ ଡିଅର ପାର୍କ ପାଖରେ ଥିବା ବିଏସ୍ଏନ୍ଏଲ୍ ର ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା।

କିଛି ନିଶା ବେପାରୀ ସେଠାରେ ବ୍ରାଉନ୍ ସୁଗର ବିକ୍ରି ମସୁଧାରେ ଜମା ହୋଇଥିଲେ। ଧନୁପାଲି ଥାନାର ଏସ୍ଆଇ ଶୁଭସ୍ମିତା ରାୟଙ୍କ ନେତୃତ୍ୱରେ ଏକ ପୋଲିସ ସ୍ବାର୍ଡ ଅଚାନକ ସେଠାରେ ଚଢ଼ାଉ କରି ସମସ୍ତଙ୍କୁ ଧରିଥିଲେ। ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ସମ୍ମୁଖରେ ଅଭିଯୁକ୍ତ ମାନଙ୍କୁ ତଲାସୀ କରାଯାଇଥିଲା। ତଲାସୀ ରେ ସେମାନଙ୍କ ଠାରୁ ୫୦ ଗ୍ରାମ ୪୦ ମିଲିଗ୍ରାମ ବ୍ରାଉନ୍ ସୁଗର, ଓଡି୧୫ ଦେବ୍ ୬୦୦୪ ନମ୍ବରର ଏକ ସ୍କୁଟି , ନଗଦ ୧୨ ହଜାର ୪ଶହ ଟଙ୍କା ଓ ୪ ଟି ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି। ଗିରଫ କୁଖ୍ୟାତଙ୍କ ମଧ୍ୟରେ ସୁଦୀପ ମହାନନ୍ଦ, ପ୍ରେମାନନ୍ଦ ନାଗ, ଯୋଗେଶ ଓରାମ, ସୋମନାଥ ପ୍ରଧାନ ଓ ରାମପାଲ ଓରାମ ଥିବା ବେଳେ ଏସମ୍ପର୍କରେ ଥାନାରେ ୧୩୭/୨୬ ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya