Dailyhunt
ଶହେ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ।

ଶହେ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ।

Odisha, 03 ମେ (ହି.ସ.)ଖୋର୍ଦ୍ଧା, କନ୍ଧମାଳରୁ ଭୁବନେଶ୍ଵରକୁ ଗଞେଇ ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ସ୍କ୍ୱାଡ ଜଣକୁ ଗିରଫ କରିବା ସହ ତାଠାରୁ ଶହେ କିଲୋ ଗଞ୍ଜେଇ ସହ ଗୋଟିଏ କାର ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗଆ ଥାନା କରଣ୍ଡାଗଡ ଗାଁର ଅଶୋକ ଦିଗଲ(୪୫)।

ଅବକାରୀ ବିଭାଗ ସୁଚନା ମୁତାବକ ଆଜି ସକାଳେ କନ୍ଧମାଳରୁ ଓଡ଼ି ୩୩ଏମ-୮୨୨୮ନମ୍ବର ଵିଶିଷ୍ଟ ସ୍କୋଡା କାରରେ ଗଞ୍ଜେଇ ଭର୍ତ୍ତି କରି ଭୁବନେଶ୍ୱର ଯାଉଥିବା ବେଳେ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୧୬ନମ୍ବର ଜାତୀୟ ରାଜପଥର ପିତାପାଲି ଫ୍ଲାଏଓଭର ନିକଟରେ ମାଡ଼ି ବସିଥିଲା।ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଵିଭାଗ ପକ୍ଷରୁ ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya