Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡିଆଙ୍କ ଜଳାଭିଷେକ

ଗଂଜାମ, 03 ଅଗଷ୍ଟ (ହି.ସ.)

ଶ୍ରାବଣମାସର ପ୍ରଥମ ସୋମବାର ଅବସରରେ ଆଜି ପ୍ରତ୍ୟୁଷରୁ ବିଭିନ୍ନ ଶିବାଳୟ ଗୁଡ଼ିକ ରେକାଉଡ଼ିଆ ମାନେ ଜଳାଭିଷେକ କରୁଛନ୍ତି। ଗତକାଲି ଠାରୁ କାଉଡ଼ିଆ ମାନେ ପବିତ୍ର ନଦୀ ପୁଷ୍କରିଣୀରୁ କୁମ୍ଭରେ ଜଳ ସଂଗ୍ରହ କରି ଭାରରେ ପାଣି ଧରି ଚାଲିଚାଲି ବିଭିନ୍ନ ଶିବମନ୍ଦିର କୁଯାଇ ଜଳାଭିଷେକ କରି ପୂଜାର୍ଚ୍ଚନା କରି ଘରକୁ ଫେରୁଛନ୍ତି।

ବ୍ରହ୍ମପୁର ଗୋକନେଶ୍ୱର, ଉତ୍ତରେଶ୍ୱର, ନୀଳକଣ୍ଠେଶ୍ଵର, ଗୋପାଳ ପୁର ନିକଟଧଵଳେଶ୍ୱର, ସୁନ୍ଦରେଶ୍ୱର, ମୁକ୍ତେଶ୍ଵର,ବେଲେଶ୍ୱର,ଅନନ୍ତେଶ୍ୱର, ରାମେଶ୍ବର, ତୁମ୍ଵେଶ୍ୱର,ବୁଦ୍ଧେଶ୍ୱରଓ ବାଲୁଙ୍କେଶ୍ୱର ମନ୍ଦିର ଗୁଡିକରେ କାଉଡ଼ିଆଙ୍କ ପ୍ରଵଳ ଭିଡ ଲାଗି ରହିଛି। ଏପରି ଅପରାହ୍ନ ଯାଏ ଶିବାଳୟଗୁଡିକରେ କାଉଡ଼ିଆଙ୍କ ଗହଳି ଚହଳି ଲାଗି ରହିବ। କାଉଡ଼ିଆ ମାନଙ୍କ ପାଇ ଆଜିର ପାଗ ବେଶ୍ ଅନୁକୂଳ ରହିଛି।।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya