Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରାବଣ ପ୍ରଥମ ସୋମବାରରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ

ଶ୍ରାବଣ ପ୍ରଥମ ସୋମବାରରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ

ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ଚଳିତ ବର୍ଷର ପ୍ରଥମ ସୋମବାର ଜଳାଭିଷେକ । ମାନସିକ ଅନୁସାରେ ଭକ୍ତ ଓ ଶ୍ରଦ୍ଧାଳୁ ତଥା ବୋଲବମ୍ କାଉଡ଼ିଆ ମାନେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ଏହି କ୍ରମରେ ବଲାଙ୍ଗିର ସହର ନିକଟସ୍ଥ କଅଗାଁ ମନ୍ଦିରରେ ଭକ୍ତ ଓ କାଉଡ଼ିଆ ମାନଙ୍କ ବିଶେଷ ଭିଡ଼ ଦେଖିବାକୁ ମିଳିଛି ।

ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭକ୍ତ ଓ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଶିବଶମ୍ଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya