Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରାବଣ ପ୍ରଥମ ସୋମବାରରେ ଗୋନାସିକାରେ ଜଳାଭିଷେକ କଲେ ଭକ୍ତ

ଶ୍ରାବଣ ପ୍ରଥମ ସୋମବାରରେ ଗୋନାସିକାରେ ଜଳାଭିଷେକ କଲେ ଭକ୍ତ

କେନ୍ଦୁଝର, ୦୩ ଅଗଷ୍ଟ(ହି.ସ.) - ଗୋନାସିକା ସ୍ଥିତ ବ୍ରହ୍ମେଶ୍ୱର ଶିବ ମନ୍ଦିରରେ ଜଳାଭିଷେକ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଷେକ କରିବାକୂ ଭକ୍ତଙ୍କ ସୁଅ ଛୁଟିଛି। ଭକ୍ତମାନେ ପୁଣ୍ୟତୋୟା ବୈତରଣୀର ଉତ୍ପତି ସ୍ଥଳ ଗୋନସିକାର ଗୁପ୍ତଗଙ୍ଗାରୁ ଜଳ ଉଠାଇ ବ୍ରହ୍ମେଶ୍ୱରଙ୍କ ଠାରେ ଜଳାଭିଷେକ କରିଥଲେ।

ଏଥିପାଇଁ ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥଲା ଗୁପ୍ତଗଙ୍ଗାରେ। ପ୍ରଥମେ ବୈତରଣୀ ପାଣିରେ ଗାଧୋଇବା ପରେ ଗୋମୁଖରୁ ପାଣି ଆଣି ପୂଜାର୍ଚ୍ଚନା କରିଥିଲେ। ତାପରେ ବୋଲ ବମ୍ ନାରା ଦେଇ ଧାଡ଼ିରେ ବାହାରିଥିଲେ ବ୍ରହ୍ମେଶ୍ୱରଙ୍କ ମସ୍ତକରେ ଜଳାଭିଷେକ ପାଇଁ। ହଜାର ହଜାର ଭକ୍ତଙ୍କର ସମାଗମକୁ ଦେଖି ପ୍ରସାଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya