Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରାବଣର ପ୍ରଥମ ସୋମବାର ଭକ୍ତମୟ ସମସ୍ତ ଶୈବ ପୀଠ

ଶ୍ରାବଣର ପ୍ରଥମ ସୋମବାର ଭକ୍ତମୟ ସମସ୍ତ ଶୈବ ପୀଠ

ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ଶ୍ରାବଣର ପ୍ରଥମ ସୋମବାର ପାଇଁ ଜିଲ୍ଲାର ସମସ୍ତ ଶୈବ ପୀଠ ସମେତ ସହର ଭିତରେ ଥିବା ଚନ୍ଦ୍ରଶେଖର ନଗର ସ୍ଥିତ ଚନ୍ଦ୍ରଶେଖର ମହାଦେବ, ମନୋହର୍ ପୂର୍ ତାଗ୍ରେଶ୍ୱର୍ ମହାଦେବ, ଖୁଜେନପାଲି ବାବା, ସହର ମଧ୍ୟ ଭାଗରେ ଥିବା ଲୋକନାଥ ବାବା, ରେଳଷ୍ଟେସନରେ ଥିବା ମହାଦେବ, ସାଗର ପଡ଼ା ମହାଦେଵ ବାବାଙ୍କ ସମେତ ଯୋଗିସର୍ଡା, ଟିଟିଲାଗଡ କୁମୁଡ଼ା ପାହାଡ ସ୍ଥିତ ଶିବ ମନ୍ଦିର ଗୁଡ଼ିକରେ ଆଜି ଭକ୍ତଙ୍କ ସୁଅ ଛୁଟିଛି।

ଭକ୍ତ ନିଜର ମାନସିକ ଅନୁସାରେ କ୍ଷୀର ଜଳ ଅର୍ପଣ କରି ପୂଜାର୍ଚ୍ଚନା କରୁଛନ୍ତି। ଭକ୍ତ ମାନଙ୍କ ସୁବିଧା ପାଇଁ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଠାରେ ବିଶେଷ ବ୍ୟବସ୍ଥା ସ୍ୱରୂପ ମନ୍ଦିର ଆଗରେ ପାଦୁକା ପ୍ରାସାଦ ଚନ୍ଦନ, ସିନ୍ଦୂର, ବେଲପତ୍ର, ପୂଜା ଫୁଲ ଭିଡ଼ ସତ୍ତ୍ୱେ ଯୋଗାଇ ଦିଆଯାଉଛି। ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ଚା, ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya