Dailyhunt

ଶ୍ରୀମନ୍ଦିର ରେ ରାହାସ ନୀତି

"ପୁରୀ, 27/ନଭେମ୍ବର (ହି. ସ )--ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ମଳ ତିଥି, ମହାକାର୍ତ୍ତିକ ପଞ୍ଚୁକ ର ତୃତୀୟ ଦିବସରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହ ମାନଙ୍କ ବିରଳ ତଥା ଚିତାକର୍ଷକ "ନାଗାର୍ଜୁନ ବେଶ" ଅନୁଷ୍ଟିତ ହେବା ସହ ବିଧି ମତେ ସନ୍ଧ୍ୟାଧୂପ ପରେ ଶରତ ରାହାସ ନୀତି ପାଳିତ ହୋଇଅଛି । ଆଜି ମହାପ୍ରଭୁଙ୍କ ବିରଳ "ନାଗାର୍ଜୁନ ବେଶ ପାଇଁ ପୂର୍ବ ପ୍ରସ୍ତୁତି ନିର୍ଘଣ୍ଟ କୁ ଦୃଷ୍ଟିରେରଖି ପୂର୍ବରାତ୍ର ପହୁଡ଼ ଘ.୧.୦୦ ହୋଇ , ରାତ୍ର ଘ.୨.୪୫ ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା , ଭିତର ସୋଧ ଘ.୩.୨୫ ରେ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ରାତ୍ର ଘ.୩.୩୫ ମି.ରେ ସମ୍ପର୍ଣ୍ଣ ହୋଇଥିଲା, ଏହାପରେ ମଇଲମ ଘ.୩.୪୦ ରେ ବଢି ତଡପ ଲାଗି ଭୋର ଘ.୪.୦୦ ରେ ହୋଇଥିଲା , ଏବଂ "ନାଗା ବେଶ" ଆଭୂଷଣ ଆଣିବାପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା, କାହାଳୀ, ବଜଯନ୍ତ୍ରୀ, ସହ ସେବକମାନେ ଯଜମାନ ଚକ୍ର କୋଟ ବଳରାମ ଖୁଣ୍ଟିଆ ଘରୁ ପଟୁଆର ତଥା ସୁରକ୍ଷା ବଳୟ ଭିତରେ ହରଚଣ୍ଡୀ ସହି ରୁ ରାତ୍ର ରେ ବାହାରିଥିଲେ, ଉକ୍ତ ଆଭୂଷଣ ସାଜ ଶ୍ରୀମନ୍ଦିରକୁ ଭୋର ଘ.୪.୧୦ ବିଜେ ହୋଇଥିଲେ ।
ଏହାପରେ ମହାପ୍ରଭୁଙ୍କ ଅବକାଶ ପୂଜା ପ୍ରାତଃ ଘ.୪.୩୫ ରେ ସମ୍ପର୍ଣ୍ଣ ହୋଇ ମହାପ୍ରଭୁଙ୍କ "ନାଗାର୍ଜୁନ ବେଶ" ଆଭୂଷଣ ଲାଗି ସକାଳ ଘ.୪.୪୫ ରେ ଆରମ୍ଭ ହୋଇ ଘ.୧୦.୧୫ ରେ ଶେଷ ହୋଇଥିଲା । ଏହି ବେଶରେ ମହାପ୍ରଭୁଙ୍କ ଗୋପାଳ- ବଲ୍ଲଭ ପୂର୍ବାନ୍ନ ଘ.୧୧.୦୫ ,ସକାଳଧୂପ ଘ.୧୨.୨୫ ରେ ଶେଷ ହୋଇ ଥିଲା ଏହାପରେ ପ୍ରସାଦ ବାହାରି ପାଣି ପଡିଲା ପରେ ଭୋଗ ମଣ୍ଡପ, ବାଳ ଧୂପ ଶେଷ ଘ.୧.୪୫ ଶେଷ ପରେ ପ୍ରସାଦ ବାହାରି ପାଣି ପଡି ଘ.୩.୦୦ ରେ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା । ଏହାପରେ ମହାପ୍ରଭୁ ଙ୍କ "ନାଗାର୍ଜୁନ ବେଶ" ଆଭୂଷଣ ଉଲାଗି ବା ମଇଲମ ଘ.୩.୫୫ ଆରମ୍ଭ ହୋଇ ଘ.୫.୦୦ ରେ ଶେଷ ହୋଇଥଲା । ଏହାପରେ ମଧ୍ୟାନ ଧୂପ,ଦୁତୀୟ ଭୋଗମଣ୍ଡପ ଶେଷ ପରେ ଦକ୍ଷିଣ ଘର ଭୋଗ, ମଇଲମ ହୋଇ ବେଶ ଶେଷ ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢିଥିଲା । ସନ୍ଧ୍ୟା ଧୂପ ଶେଷହୋଇ ପ୍ରସାଦ ବାହାରି ପାଣିପଡ଼ିଲା ପରେ ,ବିଧି ପ୍ରକାରେ ମହାପ୍ରଭୁଙ୍କ "ଶରତ ରାହାସ" ନୀତି ଅନୁଷ୍ଠିତ ହୋଇଥାଏ, ଏହି ନୀତି କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ଓ ତ୍ରୟୋଦଶୀ ଏହି ଦୁଇଦିନ ସନ୍ଧ୍ୟା ଧୂପ ପରେ ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ଶରତ ରାହାସ ନିମନ୍ତେ ଜଗମୋହନରେ ପକାଯାଇଥିବା ଖଟ ଉପରେ ବିଜେ ହୁଅନ୍ତି, ଏଠାରେ ଭୋଗ, ଆଳତି ବନ୍ଦାପନା ନୀତି ବଢିବା ପରେ ମଦନମୋହନ ଦଖଣି ଘରକୁ ଏବଂ ଶ୍ରୀଦେବୀ ସିଂହାସନକୁ ବାହୁଡା ବିଜେ ହୋଇ ଗଲାପରେ ପ୍ରସାଦ ବାହାରି ପାଣି ପଡ଼ିଲାପରେ ମହାପ୍ରଭୁଙ୍କ ମଇଲମ,ଚନ୍ଦନ ଲାଗି,ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ହେବ । ହିନ୍ଦୁସ୍ଥାନ ସମାଚାର /ବିଜୟ /

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya