"ପୁରୀ, 27/ନଭେମ୍ବର (ହି. ସ )--ଶୁକ୍ରବାର କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ମଳ ତିଥି, ମହାକାର୍ତ୍ତିକ ପଞ୍ଚୁକ ର ତୃତୀୟ ଦିବସରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହ ମାନଙ୍କ ବିରଳ ତଥା ଚିତାକର୍ଷକ "ନାଗାର୍ଜୁନ ବେଶ" ଅନୁଷ୍ଟିତ ହେବା ସହ ବିଧି ମତେ ସନ୍ଧ୍ୟାଧୂପ ପରେ ଶରତ ରାହାସ ନୀତି ପାଳିତ ହୋଇଅଛି । ଆଜି ମହାପ୍ରଭୁଙ୍କ ବିରଳ "ନାଗାର୍ଜୁନ ବେଶ ପାଇଁ ପୂର୍ବ ପ୍ରସ୍ତୁତି ନିର୍ଘଣ୍ଟ କୁ ଦୃଷ୍ଟିରେରଖି ପୂର୍ବରାତ୍ର ପହୁଡ଼ ଘ.୧.୦୦ ହୋଇ , ରାତ୍ର ଘ.୨.୪୫ ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା , ଭିତର ସୋଧ ଘ.୩.୨୫ ରେ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ରାତ୍ର ଘ.୩.୩୫ ମି.ରେ ସମ୍ପର୍ଣ୍ଣ ହୋଇଥିଲା, ଏହାପରେ ମଇଲମ ଘ.୩.୪୦ ରେ ବଢି ତଡପ ଲାଗି ଭୋର ଘ.୪.୦୦ ରେ ହୋଇଥିଲା , ଏବଂ "ନାଗା ବେଶ" ଆଭୂଷଣ ଆଣିବାପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା, କାହାଳୀ, ବଜଯନ୍ତ୍ରୀ, ସହ ସେବକମାନେ ଯଜମାନ ଚକ୍ର କୋଟ ବଳରାମ ଖୁଣ୍ଟିଆ ଘରୁ ପଟୁଆର ତଥା ସୁରକ୍ଷା ବଳୟ ଭିତରେ ହରଚଣ୍ଡୀ ସହି ରୁ ରାତ୍ର ରେ ବାହାରିଥିଲେ, ଉକ୍ତ ଆଭୂଷଣ ସାଜ ଶ୍ରୀମନ୍ଦିରକୁ ଭୋର ଘ.୪.୧୦ ବିଜେ ହୋଇଥିଲେ ।