Thursday, 21 Jan, 7.23 pm Hindusthan Samachar

ମୁଖ୍ୟ ସମ୍ବାଦ
ସୀମାନ୍ତ ରେ ଗୁଳିବିନିମୟ ଜଣେ ମାଓବାଦୀ ମୃତ, ୨ ଯବାନ ଆହତ

ମାଲକାନଗିରି, ୨୧ ଜାନୁଆରୀ (ହି. ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁଳିବିନିମୟ ରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ବିଜାପୁର ଜିଲ୍ଲା ବାସାଗୁଡା ଜଂଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ତୁରନ୍ତ ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ,ଏସଟିଏଫ ଯବାନ ସେଠାରେ ଚଢାଉ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇପଳାଇଥିଲେ । ଘଟଣାସ୍ଥଳ ରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଯବାନ ମାନେ ଫେରିବାବେଳେ ମାଓବାଦୀ ମାନେ ଯବାନଙ୍କୁ ଦେଖି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି। ନକ୍ସଲ ଦମନ ନେଇ ଛତିଶଗଡ ସରକାର ଚଳାଇଥିବା ଅଭିଯାନରେ ସଫଳତା ମିଳିବାରେ ଲାଗିଛି। ଗୁଇନ୍ଦା ବିଭାଗର ସଠିକ ସୂଚନାରେ ଯବାନ ମାଓ ଦମନ କରିବାରେ ସଫଳତା ପାଇପାରୁଛନ୍ତି ବୋଲି କୁହାଯାଇଛି। ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ହିନ୍ଦୁସ୍ଥାନସମାଚାର /ଶିବବ୍ରତ /

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top