Dailyhunt

ସ୍ନାନଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣନା ସମାପ୍ତ କରିବାକୁ ପ୍ରଚେଷ୍ଟା: ଆଇନ ମନ୍ତ୍ରୀ

ଭୁବନେଶ୍ୱର, 08 ଏପ୍ରିଲ (ହି.ସ.) ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣନା ଓ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବାକୁ ସରକାର ପକ୍ଷରୁ ପ୍ରୟାସ ଚାଲିଥିବା ବିଷୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଏହି ଗଣନାକୁ ୧୯୭୮ ମସିହାର ତଥ୍ୟ ସହିତ ମେଳ କରାଯିବ। ସେଥିପାଇଁ ଆଧୁନିକ ପ୍ରଣାଳୀକୁ ଅନୁସରଣ କରି ଡିଜିଟାଲ୍ ଫଟୋଗ୍ରାଫି ମାଧ୍ୟମରେ ସମସ୍ତ ସମ୍ପଦର ରେକର୍ଡ ସଂରକ୍ଷଣ କରାଯିବ।

ଏହା ସହ ଲମ୍ବା ସମୟ ପାଇଁ କିପରି ସୁରକ୍ଷିତ ରଖାଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ଚାଲୁଥିବା ଅପପ୍ରଚାର ଉପରେ ଚିନ୍ତା ବ୍ୟକ୍ତ କରି, ମନ୍ତ୍ରୀ କହିଛନ୍ତି ଯେ ଏପରି ଭ୍ରାମକ ସୂଚନାକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya