Dailyhunt
ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ

ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ

ସୁବର୍ଣ୍ଣପୁର, ୦୮ ଏପ୍ରିଲ୍(ହି.ସ.) - ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟସ୍ଥଳୀଗୁଡ଼ିକର ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିବାବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ କରାଯାଇଥିଲା। ସୋନପୁର ବିଡିଓ ଶ୍ରୀ ପ୍ରତୀକ କରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲ୍ୟୁଇଓ ସୌରଭ ଦାନୀ, ବିଆର୍ସି ବିବେକା ନନ୍ଦ ପଣ୍ଡା, ଜିପିଡିଓ ନନ୍ଦ କିଶୋର ରାଉତ, ଏଇ ସରୋଜ ଦୋରା, ପିଇଓ ଅଞ୍ଜଳି ପାଣିଗ୍ରାହୀ, ସଦାଶିବ ଧରୁଆ, ଏସ୍ଆର୍ଏ ଅରବିନ୍ଦ ବାରିକ, ଜେଆର୍ଏ ଅମରଜିତ୍ ସାହୁ, ସରପଂଚ ପ୍ରତିନିଧି ସାନୁଜର, ସମିତି ସଭ୍ୟ ପ୍ରତିନିଧି ସମୀର ବେହେରାଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ସ୍ୱେଚ୍ଛାସେବୀ ପ୍ରମୁଖ ଗ୍ରାମବାସୀମାନେ ସାମିଲ ହୋଇଥିଲେ।

ନିଜ ଘର, ସାହି, ଗାଁ, ସହର, ମନ୍ଦିର ପରିବେଶକୁ ସ୍ୱଚ୍ଛତା ଓ ସୁରକ୍ଷା ରଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ବୋଲି ବିଡିଓ ଶ୍ରୀ କର ସ୍ୱେଚ୍ଛାସେବୀ ତଥା ଗ୍ରାମବାସୀଙ୍କୁ ବୁଝାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya