Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସ୍ତ୍ରୀ ଦାଦନ ଖଟି ଯାଇଥିବା ସମୟରେ ସ୍ୱାମୀର ମୃତ୍ୟୁ

ମୁଖୀଗୁଡା,୫ ମଇ(ହିସ) - ପରିବାରର ଆର୍ôଥକ ସ୍ଥିତିକୁ ସୁଧାରୀବା ପାଇଁ ସ୍ତ୍ରୀ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ୱାମୀର ମୃତ୍ୟୁ ହେବା ପରି ଦୁଃଖଦ ଘଟଣା ଘଟିଛି ମୂଖୀଗୁଡ଼ାରେ । ଆଜି ମଙ୍ଗଳବାର ସକାଳୁ କଲମପୁର ଥାନା ଅନ୍ତର୍ଗତ ଚୁରାଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଗ୍ରାମର ଚଇତୁ ମାଝୀ(୪୫)ଙ୍କ ଶବ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ ।

ସକାଳ ସାଢେ ୮ଟା ବେଳେ କଲମପୁର ଥାନା ଅଧୂକାରୀ ଓ ଏ.ଏସ.ଆଇ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ । ଶବ ଉଦ୍ଧାର ପରେ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅପରାହ୍ନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ମୃତ ଚଇତୁଙ୍କ ପତ୍ନୀ ସାନଦେଇ ମାଝୀ ଅଧିକ ଅର୍ଥ ଉପାର୍ଜନ ପାଇଁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସେ ଫେରୁଥିବା ବେଳେ କେନାଳକୁ ଶୌଚ ପାଇଁ ଯାଇ ଚଇତୁ ମୃତ୍ୟୁ ମୁଖରେ ପଡିଥିବା ଅନୁମାନ କରାଯାଉଛି । ଦାଦନ ସମସ୍ୟା ରୋକିବା ପାଇଁ ସରକାରଙ୍କ ଯୋଜନା ସ୍ୱତ୍ୱେ ଏବେବି ଜୟପାଟଣା ଅଂଚଳରୁ ଦାଦନ ଯିବା ବନ୍ଦ ହୋଇନାହିଁ। ତେବେ ସାରକାରୀ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି ।

ହିନ୍ଦୁସ୍ଥାନ ସମାଚାର / ନିହାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya