Dailyhunt
ସୁବର୍ଣ୍ଣପୁର ସହରରେ ଘଣାପେରା ତେଲ କେନ୍ଦ୍ର ର ଶୁଭାରମ୍ଭ

ସୁବର୍ଣ୍ଣପୁର ସହରରେ ଘଣାପେରା ତେଲ କେନ୍ଦ୍ର ର ଶୁଭାରମ୍ଭ

ସୁବର୍ଣ୍ଣପୁର, ୦୮ ଏପ୍ରିଲ୍ (ହି.ସ.) - ସୁବର୍ଣ୍ଣପୁର ସହରରେ ପ୍ରଥମଥର ପାଇଁ ଏକ "ଘଣାପେରା ତେଲ ପ୍ରସ୍ତୁତି କେନ୍ଦ୍ର" ର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ କଳାପଥର ଏମ୍ ପିଏମ୍ ତଥା ବ୍ଲକଛକ ଦୁର୍ଗାପୂଜା କମିଟି ର ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ ମହାନ୍ତି ଯୋଗଦେଇ ଏହାଦ୍ୱାରା ଲୋକ ମାନେ ବିନା କେମିକାଲ ଯୁକ୍ତ ସ୍ୱଚ୍ଛତେଲ ନିଜ ବ୍ୟବହାର ପାଇଁ ପାଇବା ସହ ଜିଲ୍ଲା ରେ ତୈଳବୀଜ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ତାଙ୍କର ଉପଯୁକ୍ତ ବଜାର ମୂଲ୍ୟ ମିଳିପାରିବା ସହଜ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ପ୍ରାକୃତିକ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତି ହେଉଥିବା ଘଣାପେରା ତେଲ ସ୍ଥାନୀୟ ଲୋକମାନଙ୍କୁ ଉପଯୁକ୍ତ ମୂଲ୍ୟରେ ଉପଲବ୍ଧ କରାଇବା ହିଁ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଘଣାପେରା ତେଲ ଉତ୍ପାଦନ କରୁଥିବା ମମତା ଗୋଲ୍ଡ କୋଲ୍ଡ ପ୍ରେସ୍ଡ ଅଏଲ୍ ର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ସହର ର ପ୍ରମୁଖ ବ୍ଲକଛକ ଦୁର୍ଗାପୂଜା ପେଣ୍ଡାଲ ପାଖ ଷ୍ଟଲ ନମ୍ବର ୩ ରେ ଏହା ଥିବା ହେତୁ ଦୈନିକ ଅନେକ ଲୋକ ଏହି ୟୁନିଟ୍ କୁ ପରିଦର୍ଶନ କରୁଥିବା ବେଳେ ସୁଲଭ ମୂଲ୍ୟରେ ରାଶି, ଷୋରିଷ, ଚିନାବାଦାମ ଓ ନଡ଼ିଆ ତେଲ ନିଜପାଇଁ କ୍ରୟ କରୁଥିବା ଦେଖାଯାଉଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya