Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ ବିବେକାନନ୍ଦଙ୍କ

ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଦାର୍ଶନିକ, ରାଷ୍ଟ୍ରଭକ୍ତ ତଥା ଯୁବ ସମାଜର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ

ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ ।

ତାଙ୍କ ଆଦର୍ଶ, ଆତ୍ମବିଶ୍ୱାସ, ରାଷ୍ଟ୍ରପ୍ରେମ ଓ ମାନବସେବାର ବାର୍ତ୍ତା ସଦା ଅବିସ୍ମରଣୀୟ ।

ରାଷ୍ଟ୍ରସେବା ପ୍ରତି ତାଙ୍କର ନିଷ୍ଠା ଓ ଆଦର୍ଶ ଚିରକାଳ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya