ମୁଖ୍ୟ ସମ୍ବାଦ
ସ୍ୱାମୀଙ୍କ ଦେହାନ୍ତପରେ ଜଙ୍ଗଲଜାତ ଦ୍ରବ୍ୟ ସହାୟତାରେ ଆତ୍ମ ନିର୍ଭରଶୀଳ ହେଲେ ନାମୋଜୀନି

କନ୍ଧମାଳ,୨୭ ଜାନୁୟାରୀ (ହି.ସ.)- କନ୍ଧମାଳ ଆଦିବାସୀ ଅଧ୍ୟୁକ୍ଷିତ ଇଲାକାରେ ପ୍ରକୃତୀର ସମ୍ଭାର ଅତୁଳନୀୟା ଜଙ୍ଗଲର ସବୁଜୀମା ଏକ ମାଇଳ ଖୁଂଟ । କନ୍ଧମାଳରେ ୬୨ ପ୍ରତିଶତ ଜଙ୍ଗଲ ସବୁଜିମା ରହିଛି । ଏହା ସେଟଲାଇଟ ସର୍ଭେ ଅନୁଯାୟୀ ୬୮ ପ୍ରତିଶତ ଜଙ୍ଗଲ ରହିଛି । କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାରଙ୍କୁ ଯାଇଥାଏ । ମହୁଲରୁ ମଧ୍ୟ ରାଜସ୍ୱ ମିଳେ ସରକାରଙ୍କୁ ଜଙ୍ଗଲ ମାଫିଆଙ୍କର ତସ୍କରୀ ଯୋଗୁଁ ଜଙ୍ଗଲ ପରିମାଣ ୬୮ରୁ ୬୦ ପ୍ରତିଶତକୁ ଖସି ଆସିଥିଲା ଗତ ଦୁଇ ବର୍ଷ ମଧ୍ୟରେ ୨ ପ୍ରତିଶତ ଜଙ୍ଗଲ ବୃଦ୍ଧିପାଇଛି ବୋଲି ଡିଏଫଓ ଲକ୍ଷ୍ମୀ ନାରାୟଣ ବେହେରା ପ୍ରକାଶ କରିଛନ୍ତି । ତେବେ କନ୍ଧମାଳର ଅଧିବାସୀ ଜଙ୍ଗଲ ଉପରେ ଜୀବନ ଜୀବିକା ନିର୍ଭର କରିଥାନ୍ତି । ଜଙ୍ଗଲରୁ ଲାଖ,ଝୁଣା,ଫୁଲଛାଂଚୁଣୀ,ପାଳୁଅ,ମହୁ,କାନ୍ଦୁଲ ସଂଗ୍ରହ କରି ନିଜର ଆର୍ଥିକ ଅନାଟନ ଦୁରକରି ପାରିଥାଆନ୍ତି ।
ଖଲିପତ୍ର ସିଲାଇ ମହିଳା ମାନେ ଜିବୀକା ନିର୍ବାହ କରିବାର ଦୃଷ୍ଟାନ୍ତ ରହିଛି । କୋଟି କୋଟି ଟଙ୍କାର ସିଆଳି ଖଲି କନ୍ଧମାଳରୁ ରାଜ୍ୟ ବାହାରକୁ ଯାଉଥିଲା । ଏପରିକି ବମ୍ବେ ଓ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ବ୍ୟବସାୟ ପ୍ରତିÂାନ ରହିଥିଲା । କନ୍ଧମାଳର ୬୪ ହଜାର ପରିବାର ଖଲିପତ୍ର ବିକ୍ରିବଟା କରି ସେମାନଙ୍କର ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିଲେ । ସିଆଳି ଖଲି ପ୍ରସ୍ତୁତି ପୁର୍ବରୁ କନ୍ଧମାଳରେ ସାଳ ପତ୍ର ଖଲି ବହୁଳ ମାତ୍ରାରେ ଉପଲବ୍ଧ ହେଉଥିଲା କିନ୍ତୁ ଶାଳ ପତ୍ର ଖଲି ଉପରେ ଲଗାଗଲା କଟକଣା । ତକôାଳୀନ ଡିଏଫଓ ଶ୍ରୀମତୀ ରେବିକା ନାୟର । ଫୁଲବାଣୀ ହାଉସରେ ତକôାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସମୀକ୍ଷା ବୈଠକରେ ଶାଳ ପତ୍ର ଖଲି ସିଲାଇ ବିକ୍ରି ଉପରେ କଟକଣା ନେଇ ଜଣାଇଥିଲେ । ଶାଳ ପତ୍ର ତୋଳିବା ଦ୍ୱାରା ଗଛର ବୃଦ୍ଧି ହୁଏ ନାହିଁ ଏବଂ ଗଛ ମରିଯାଏ । ସେ ଦିନଠୁ ଶାଳ ପତ୍ର ଖଲି ବହୁଳ ମାତ୍ରାରେ ପ୍ରସ୍ତତ ହେଉନାହିଁ । ଦୀର୍ଘଦିନ ହେଲା ପ୍ରଚୁର ମାତ୍ରାରେ ଶୀଆଳି ପତ୍ର ଖଲି ହି ପ୍ରସ୍ତୁତ କରାଯାଉଛି । ସଂପୃକ୍ତ ଖଲି ସିଲାଇ ବିକ୍ରି କରି ସ୍ୱାମୀଙ୍କର ମୃତ୍ୟୁ ପରେ ନିଜର ପିଲା ଛୁଆଙ୍କୁ ଧରି ଆତ୍ମ ନିର୍ଭରଶୀଳ ହୋଇ ଜିବୀକା ନିର୍ବାହ କରୁଛି ଏକ ମହିଳା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ଗ୍ରୀନବାଡିର ଗ୍ରାମପଂଚାୟତର କୁତୁବାଡି ଗ୍ରାମର ନାମୋଜିନୀ ମହିଳା ନାମୋଜିନୀ ଏକ ବିବାହିତ ଆଦିବାସୀ ମହିଳା ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ସ୍ୱାମୀଙ୍କ ମୃତ୍ୟୁ ପରେ ନାମୋଜିନୀର ବାଡି ବଗିଚା କିମ୍ବା ଜମି ବାଡି ନାହିଁ । ଆର୍ଥିକ ଅବସ୍ଥା ଭଲ ନଥିଲା କିନ୍ତୁ ନାମୋଜିନୀ ଖଲି ଓ ଦନା ଶିଲେଇ ଶିଖିଥିଲା ।ସେ ପ୍ରତୁ୍ୟଶରୁ ଯାଏ ଜଙ୍ଗଲକୁ ଖଲି ପାଇଁ ପତ୍ର ସଂଗ୍ର୍ରହ କରି ଦିନ ଗୋଟାଏରେ ଘରକୁ ପେଂରେ ଭାତ ଖାଇବା ପରେ ଖଲି ସିଲାଇ ରେ ଲାଗିଯାଏ । ଦୈନିକ ସେ ୫୦୦ରୁ୬୦୦ବିକ୍ରି କରିଥାଏ । ଏ ବାବାଦରେ ଦୁଇ ଶହରୁ ତିନି ଶହ ଟଙ୍କା ରୋଜଗାର କରେ ବେଳେ ବେଳେ ନିମୋଜିନୀ ମଜୁରୀ କାମ କରିବାକୁ ଯାଏ । ପିଲାମାନଙ୍କୁ ପାଠ ପଢ଼ାଉଛି । କିନ୍ତୁ ଲକଡାଉନ୍ରେ ଛୋଟ ବଡ ହୋଟଲ ବନ୍ଦ ହୋଇଗଲା ଖଲି ପତ୍ର ବିଶେଷ ବିକ୍ରି ହେଉନଥିଲା । ଏବେ ହଟେଲ ବଜାର ଖୋଲି ଲାଣି ଭଲ ବ୍ୟବସାୟ ହେଉଛି । ନିମୋଜିନୀ ଭଳି ତାରାବତୀ ଓ ଶୁଭଲତା ପାଖ ଗାଁ ପରପାଙ୍ଗା ଓ ସାରଙ୍ଗିଇରପି ଗ୍ରାମର ଖଲି ପତ୍ର ସିଲାଇ ଚଳନ୍ତି । ସରକାରଙ୍କ ପ୍ରୋସôାହନ ପ୍ରାପ୍ତି ସହ ଖଲି ସିଲାଇ ମେସିନ ଉପଲବ୍ଧ ହେଲେ ନାମୋଜିନୀ ଭଳି ଶତାଧିକ ମହିଳା ବିଶେଷ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସମାଜସେବୀ କେ.ଦଣ୍ଡପାଟ,ଅଶୋକ ପରିଡା ମତବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ