Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟାଟା ଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ

ଟାଟା ଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ

ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନଭେଲି ବଗିଚାରେ ଟାଟାଷ୍ଟିଲ ପକ୍ଷରୁ ଠିକାଦାର ଓ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଦର୍ଶ ଏଣ୍ଟରପ୍ରାଇଜେସ ଓ ଡେ ସନ ଡିଷ୍ଟ୍ରିବ୍ୟୁଟରଙ୍କ ସହଭାଗିତାରେ ଅନୁଷ୍ଠିତ ସମ୍ମିଳନୀରେ କମ୍ପାନୀ ଉପଭୋକ୍ତା ସେବା ମ୍ୟାନେଜର ରାଜକୁମାର ପାଳ ଯୋଗଦେଇ ଟାଟା ଷ୍ଟିଲ ଟିଏମଟି ବାର ର ଗୁଣବତ୍ତା ତଥା ଲୋକଙ୍କ ଚାହିଦା ଓ ଟାଟା କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l

ଆଦର୍ଶ ଏଣ୍ଟରପ୍ରାଇଜେସ ର ପ୍ରୋପାଇଟର ସୁଶାନ୍ତ କୁମାର ପୁରୋହିତ ମଞ୍ଚାସିନ ଥିଲେ l ଏରିଆ ସେଲସ ମ୍ୟାନେଜର ସତ୍ୟନାରାୟଣ ବାରିକ ମଞ୍ଚ ପରିଚାଳନା କରିଥିଲେ l ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ବହୁ ଠିକାଦାର ଓ ମିସ୍ତ୍ରୀ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya