

ବଲାଙ୍ଗିର, 05 ମେ (ହି.ସ.
ତିନୋଟି ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ବିଧାନ ସଭା ଆସନ ରେ ରେକର୍ଡ ବିଜୟି ହୋଇଛି.
ପଶ୍ଚିମ ବଙ୍ଗ. ଆସାମ. ଓ ପୁଡ଼ୁଚେରୀ ଏହି ତିନୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ବିଜୟ ହୋଇଛି.
ଏହି ବିଜୟ କୁନେଇ ଆଜି ବଲାଙ୍ଗୀର ବିଜେପି ତରଫରୁ ବିଜୟ ଉତ୍ସବ ବହୁତ ଧୁମ ଧାମ ରେ ପାଳିତ ହୋଇ ଯାଇଛି.
ଆଜି ମଙ୍ଗଳବାର ସନ୍ଧ୍ୟା ସମୟରେ ବିଜେପି ର ବରିଷ୍ଟ ନେତା ଗୋପାଳଜୀ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଜେପି ର କାର୍ଯ୍ୟକର୍ତ୍ତା ଓ ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନେ ଆନନ୍ଦ ଉଲ୍ଲାସ ରେ ନାଚି ଥିଲେ ଓ ଝାଳ ମୁଢି ଓ ମିଷ୍ଟାନ ବଣ୍ଟନ କରିଥିଲେ.
ବାଜା ଓ ଢୋଲ ବଜାଇ ସମସ୍ତେ ଆନନ୍ଦ ରେ ନାଚି ଥିଲେ.ଫଟାକା ଫୁଟାଇ ଆନନ୍ଦ ମନା ଯାଇଥିଲା.ପଶ୍ଚିମ ବଙ୍ଗ ରେ ବିଜେପି ର ବହୁତ ବଡ଼ ବିଜୟ ବୋଲି ଗୋପାଳଜୀ ପାଣିଗ୍ରାହୀ କହିଥିଲେ.
ଏହି ବିଜୟ ଉତ୍ସବ ରେ ବିଜେପି ର ବରିଷ୍ଠ ପଦାଧିକାରୀ ଓ ମହିଳା ମୋର୍ଚ୍ଚା ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ.
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

