Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଉଦଘୋଷକ ଭାଷ୍ୟକାରକଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଟଗାଁ ୩୦ ମାର୍ଚ୍ଚ (ହି.ସ.) - ଉଦଘୋଷକ ଭାଷ୍ୟକାରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘୋଷକ ରୋହିତ କୁମାର ବେହେରାଙ୍କ ସଭାପତିତ୍ୱରେଘଟଗାଁ ବ୍ଲକ କାଳିମାଟି ଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିଥୀ ଭାବେ ସରପଂଚ ଗୋବର୍ଦ୍ଧନ ନାଏକ ଯୋଗଦେଇଥିବା ବେଳେପିଇଓ ସାରଙ୍ଗ ଧରରଣା ପ୍ରଶାନ୍ତ କୁମାର ରାଉତ ବରିଷ୍ଠ ଉଦଘୋଷକ ପ୍ରଦିପ କୁମାର ଦାସ ଯୋଗ ଦେବା ସହିତ ରବିନ୍ଦ୍ର କୁମାର ପଲେଇ ପ୍ରଶାନ୍ତ କୁମାର ଗିରୀ ଯୋଗ ଦେଇଥିଲେ।

ସଞ୍ଜୟ କୁମାର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ନରୋତମ ତନ୍ତୀ ଓ କୁନାଲକୁମାର ପଣ୍ଡାଙ୍କ ମଂଚ ଚାଳନାରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର,ଭଦ୍ରକ, ଢେଙ୍କାନାଳ ସମେତ ପଡୋଶି ରାଜ୍ୟ ଝାରଖଣ୍ଡରୁ ଉଦଘୋଷକ ଓ ଭାଷ୍ୟକାରମାନେ ସମ୍ମିଳନୀରେ ଯୋଗଦେଇ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya