Dailyhunt

ଉଦ୍ୟାନ କୃଷି ଅଧିକାରୀଙ୍କୁ ୩ ବର୍ଷ ଜେଲ୍: ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟର ରାୟ

ଭୁବନେଶ୍ୱର, 30 ଏପ୍ରିଲ (ହି.ସ.) ଦୁର୍ନୀତି ମାମଲାରେ ନୀଳଗିରିର ପୂର୍ବତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ ମିଶ୍ରଙ୍କୁ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତ ମିଶ୍ର ଜାତୀୟ ଉଦ୍ୟାନ ମିଶନ ଯୋଜନା ଅଧୀନରେ କଦଳୀ ବଗିଚା ସ୍ଥାପନ ପାଇଁ ଆସିଥିବା ଅର୍ଥର ଅନିୟମିତତା କରି ଆତ୍ମସାତ କରିଥିଲେ।

ଏହି ମାମଲାର ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଅଭିଯୋଗପତ୍ର ଦାଖଲ କରିଥିଲା।ପ୍ରମାଣ ଓ ସାକ୍ଷ୍ୟ ଆଧାରରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଦେଇଛନ୍ତି । ଜରିମାନା ଅଦାୟ ନ କରିଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya