ଜୟପୁର,୨୭ ଜାନୁୟାରୀ (ହି.ସ.)- ଜୟପୁର ସହରର ଟାଉନ ହଲ ଆହାର କେନ୍ଦ୍ର ନିକଟସ୍ଥ ଚିତବିଦୋଦନ କେନ୍ଦ୍ର ଠାରେ ଉପଖଣ୍ଡ ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜୟପୁର ଉପ ଜିଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତୋଳନ କରି ଅବିଭାଷଣ ରଖିଥିଲେ । କୋଭିଡ ଯୋଗୁଁ ପ୍ୟାରେଡ ହୋଇନଥିବା ବେଳେ କୋଭିଡ ନିୟମ ଅନୁଯାଇ ପାଳନ କରାଯାଇଥିବା ବେଳେ ଆଜି ଦିବସରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ନଥିବାରୁ ସେ ମାନଙ୍କ ପାଇ ଏକ କବିତା ପାଠ କରିଥିଲେ ଉପ ଜିଲାପାଳ । ଏହି କାଯ୍ୟକ୍ରମରେ ଏସଡିପିଓ ଅରୁପ ୍ଅଭିଷେକ ବେହେରା, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା,ଭାରପ୍ରାପ୍ତ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କଅଧିକାରି ପୀତବାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧା ଙ୍କ ସମ୍ମାନିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
