Dailyhunt
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

ମାଲକାନଗିରି, ୪ ଅପ୍ରେଲ (ହି.ସ.)- ମାଲକାନଗିରି ଜିଲ୍ଲାର ଉପାନ୍ତ ମାଥିଲି ବ୍ଲକ ଦୁର୍ଗମ ଅଞ୍ଚଳ ଟେମୁରୁପାଲି ପଞ୍ଚାୟତ ଅନ୍ତର୍ଗତ କୁକୁରକୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ପାଳ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।

ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ମାରୁ ଦୂରୁଆ, ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ବିଶ୍ୱାଳ ଓ ପି ଜାନକୀ ରାଓ ଉପସ୍ଥିତି ରହିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନୀ, ସମାଜ ସେବା ଓ ସର୍ବୋପରି ତାଙ୍କର ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ଆଲୋକପାତ କରିଥିଲେ। ଶପଥ ପାଠ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya