Dailyhunt
ଯୋଗାଣ ବିଭାଗ ପକ୍ଷରୁ ଚଢାଉ ୧୫ଟି ଏଲପିଜି ସିଲିଣ୍ଡର ଜବତ।

ଯୋଗାଣ ବିଭାଗ ପକ୍ଷରୁ ଚଢାଉ ୧୫ଟି ଏଲପିଜି ସିଲିଣ୍ଡର ଜବତ।

ଖୋର୍ଦ୍ଧା, 04 ଏପ୍ରିଲ୍ (ହି.ସ.)ଜିଲ୍ଲା ଯୋଗାଣ ବିଭାଗ ତଦନ୍ତକାରୀ ଦଳ ଖୋର୍ଦ୍ଧା ବ୍ଲକ୍ ର ପୁବୁସାହି ଛକ ଠାରେ ଗ୍ୟାସ ଉପକରଣ ଦୋକାନର ମାଲିକ ସଞ୍ଜୟ କୁମାର ସାହୁଙ୍କ ଠାରୁ ପୁବୁସାହି ର ଆଦିବାସୀ ସାହି ସ୍ଥିତ ବାସଭବନରୁ ୧୫ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ତନ୍ମଧ୍ୟରୁ ୭ଟି ଫୁଲ୍ ସିଲିଣ୍ଡର ଏବଂ ୮ ଟି ଖାଲି ସିଲିଣ୍ଡର ରହିଥିଲା।

ଏତେ ସଂଖ୍ୟକ ଏଲପିଜି ସିଲିଣ୍ଡର କୁ କଳାବଜାର କରିବା ନିମନ୍ତେ ରଖାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଶ୍ରୀ ସାହୁ କିଛି ଗ୍ୟାସ କାର୍ଡ ଧାରୀ ଙ୍କୁ ହାତ କରି ସେମାନଙ୍କ ଠାରୁ କାର୍ଡ ରଖି ସେମାନଙ୍କ ଖାତାରେ ସିଲିଣ୍ଡର ଉଠାଇ କଳାବଜାରୀ କରୁଥିଲେ।ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଭୂଷଣ ସାହୁ, ବିପିନ ବିହାରୀ ମହାପାତ୍ର ଏବଂ ଇନ୍ଦୁ ରେଖା ସାହୁଙ୍କ ସହ ବୋଲଗଡ଼ ଏବଂ ବେଗୁନିଆ ବ୍ଲକ୍ର ଯୋଗାଣ ନୀରିକ୍ଷକ ଙ୍କୁ ନେଇ ଗଠିତ ଏହି ତଦନ୍ତକାରୀ ଦଳ ଚଢ଼ାଉ କରି ଥିଲେ। ଏପରିକି ଏହି ଚଢ଼ାଉ ଆଗକୁ ଜାରି ରହିବ ବୋଲି ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya