Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ୟୁପି ହାପୁରରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଭୁବନେଶ୍ୱର, ୨୪ ମଇ (ହି.ସ)- ୟୁପି ହାପୁରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ ରହିଛି। ଜୁନ୍ ୧୬ରେ ରଥଯାତ୍ରା କରିବାକୁ ହାପୁର ଜଗନ୍ନାଥ ମନ୍ଦିର ନିଷ୍ପତି ନେଇଥିଲା। ଏହା ଉଊପରେ ଅସନ୍ତୋଷ ପ୍ରକାଶ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ହାପୁର ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ସ୍ଥଗିତ ରଖିବା ସହ ପୁରୀ ଶ୍ରୀଜଗନ୍ନାଥ ଧାମ ଦ୍ୱାରା ଧାର୍ଯ୍ୟ ଜୁଲାଇ ୧୬ରେ ରଥଯାତ୍ରା ପାଇଁ ନିଷ୍ପତି ନେଇଛି।

ଏସମ୍ପର୍କରେ ହାପୁର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅବଗତ କରିଛନ୍ତି। ଏହାପରେ ହାପୁର ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନ କୃତଜ୍ଞତା ଜଣାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya