ମାହାଙ୍ଗା -୪/୪ (ଆପ୍ର)ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମର ମୁରବୀ, ଆଦର୍ଶ ଶିକ୍ଷକ, ସଂସ୍କୃତିପ୍ରେମୀ ଯାଦବାନନ୍ଦ ଯେନାଙ୍କ ୮୪ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି lଯାଦବାନନ୍ଦଙ୍କ ବିୟୋଗରେ ମାହାଙ୍ଗା ବଡ଼ଚଣା ଅଂଚଳରେ ଶୋକରଛାୟା ଖେଳିଯାଇଛି l ଗ୍ରାମ୍ୟ ଶ୍ମାଶନରେ ଆଜି ତାଙ୍କର ଅନ୍ତିମ ସତ୍କାର କରାଯାଇଥିବା ବେଳେ ସାନପୁଅ ଶିବାନନ୍ଦ ମୁଖାଗ୍ନି ଦେଇଥିଲେ l ସ୍ବର୍ଗତ ଜେନା ପାରିପଲେଇ, କୋଳିଅଠା ଏବଂ କୁସୁପୁର ଠାରେ ଦୀର୍ଘ ୩୮ ବର୍ଷ ଧରି ଶିକ୍ଷକତା କରିଥିଲେ l ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ତାଙ୍କର ବେଶ ସୁନାମ ଥିଲା l କୁସୁପୁର ଗାଁ'ର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯାଦବାନନ୍ଦଙ୍କ ଯୋଗଦାନକୁ ସବୁ ବର୍ଗର ଜନସାଧାରଣ ପ୍ରଶଂସା କରିଛନ୍ତି l ଏହି ଆଦର୍ଶ ଗୁରୁଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରଧାନ, ସମାଜସେବୀ ଶୋଭନ କର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ,ଆଇନୀଜୀବୀ ଶ୍ରୀବନ୍ତ ଜେନା,ଡକ୍ଟର ବସନ୍ତ କିଶୋର ସାହୁ,ସମାଜସେବୀ ଅନିଲ କୁମାର ଜେନା,ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ,ସମାଜସେବୀ ଶରତ ମହାପାତ୍ର,ପୂର୍ବତନ ସମିତିସଭ୍ୟ ରୁଦ୍ରନାରାୟଣ ସିଂ,ସାମ୍ବାଦିକ ଅମରେନ୍ଦ୍ର ସିଂ,ସାମ୍ବାଦିକ ଅଖିଳେଶ ମହାନ୍ତି, ସାମ୍ବାଦିକ ଅଜୟ କୁମାର ମହାନ୍ତି,ସରପଞ୍ଚ ଚିନ୍ମୟ ସାମନ୍ତରାୟ,ପୂର୍ବତନ ସରପଞ୍ଚ ଅଜୟ ନାୟକ, ଅଶୋକ ବିଶ୍ୱାଳ, ଜିତେନ୍ଦ୍ର ଶତପଥୀ,ଶିକ୍ଷକ ସୁବ୍ରତ କୁମାର ଜେନା, ପ୍ରଭାସ କୁମାର ବର୍ମା, ଦାମୋଦର ଜେନା, ଶାରଦା ପ୍ରସନ୍ନ ଜେନା, ଉପେନ୍ଦ୍ର ସାହୁ, ରଂଜିତ କୁମାର ସାହୁ ଏବଂ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଦିବଂଗତ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

