Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ରାଜ୍ୟରେ ବର୍ତ୍ତମାନ ମେଘୁଆ ପାଗ ରହିଥିବା ବେଳେ ତାତିରୁ ମିଳିଛି ଆଶ୍ଵସ୍ତି । କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା, ପବନ ପାଇଁ ସତର୍କ କରିଛି ପାଣିପାଗ ବିଭାଗ । ଆଜି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏହି ୧୩ଟି ଜିଲ୍ଲାରେ ବଜ୍ରପାତ ସହ ୫୦ରୁ ୬୦ କି.ମି ଝଡି ପବନ ହେବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡା ଏହି ୪ଟି ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ସତର୍କତା ଜାରି ହୋଇଛି ।ରାଜ୍ୟରେ ୬ ତାରିଖ ଯାଏଁ ପ୍ରବଳ ବର୍ଷା ସହ ଆସନ୍ତା ୭ ଦିନ ଅର୍ଥାତ ୯ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia