Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଆଜି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍‌ କୋର୍ସ ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ।ଆଜି ଅପରାହ୍ଣ ୩ ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ।

ୱେବସାଇଟ୍ results.odisha.gov.in ଓ results. digilocker.gov.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ଚଳିତ ବର୍ଷ ସମୁଦାୟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia