Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଧାନସଭା ନିର୍ବାଚନ : ଖୋଲିଲା ଇଭିଏମ୍ ପେଡ଼ି

ବିଧାନସଭା ନିର୍ବାଚନ : ଖୋଲିଲା ଇଭିଏମ୍ ପେଡ଼ି

ରମ୍ଭ ହେଲା ଭୋଟ ଗଣତି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି । ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରାଜ୍ୟର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ।ଏହାସହ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି ।

ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ଏବଂ କିଛି ଏକଜିଟ ପୋଲରେ ଭାଜପା ଆଗୁଆ ରହିଛି, ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଚାହୁଁଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି କରିଛନ୍ତି ଟିଏମସି ବିଜୟୀ ହେବ। ମମତା ନିଜ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଆତ୍ମବିଶ୍ବାସୀ ଅଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia