Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଣିଆରେ ରକ୍ଷାବନ୍ଧନ ଓ ଗହ୍ମା ଡିଆଁ ଉତ୍ସବ ପାଳିତ

ଗଣିଆରେ ରକ୍ଷାବନ୍ଧନ ଓ ଗହ୍ମା ଡିଆଁ ଉତ୍ସବ ପାଳିତ

ଣିଆ -(ବିଶ୍ୱରଂଜନ ସେଠି )ଗଣିଆ ବ୍ଲକରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଓ ରାଜ୍ୟର ପାରମ୍ପରିକ ଗମ୍ହା ପୂର୍ଣ୍ଣିମା ଉତ୍ସବ ବହୁ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧି ସେମାନଙ୍କ ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରିଛନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଦେବାର ବଚନ ସହ ବିଭିନ୍ନ ଉପହାର ଦେଇଥିଲେ।ଗୋ-ପୂଜନ ଓ ବଳଭଦ୍ର ଜୟନ୍ତୀ: କୃଷି ଭିତ୍ତିକ ପରମ୍ପରା ଅନୁଯାୟୀ ଗାଈ ଓ ବଳଦଙ୍କୁ ସଜାଯାଇ ପୂଜାର୍ଚ୍ଚନା କରାଯାଇଛି।

ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ମନ୍ଦିରଗୁଡ଼ିକରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ପାରମ୍ପରିକ ‘ଗମ୍ହା ଡିଆଁ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉତ୍ସାହର ସହ ସ୍ଥାନୀୟ ଲୋକେ ଭାଗ ନେଇଥିଲେ।

ଗଣିଆ ବ୍ଲକର ଆଠଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ଭାଇ-ଭଉଣୀଙ୍କ ଆତ୍ମୀୟତା ଓ କୃଷି ସଂସ୍କୃତିର ଏହି ମିଳନ ପର୍ବ ବେଶ୍ ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ଶାସ୍ତ୍ର ଅନୁଯାୟୀ, ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିରୁ ରକ୍ତସ୍ରାବ ହେଉଥିବା ଦେଖି ନିଜ ଲୁଗା ଚିରି ବାନ୍ଧିଦେଇଥିଲେ। ସେହିଦିନଠାରୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ପ୍ରତିଟି ସଙ୍କଟରୁ ରକ୍ଷା କରିବାର ବଚନ ଦେଇଥିଲେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଭାଇ-ଭଉଣୀ ଯେତେ ଦୂରରେ ଥିଲେ ମଧ୍ୟ ଏହି ଦିନଟି ସେମାନଙ୍କୁ ଆତ୍ମୀୟତାର ସୂତାରେ ବାନ୍ଧି ରଖେ।ଏହି ପର୍ବ କେବଳ ଏକ ସୂତା ବାନ୍ଧିବାର ନୀତି ନୁହେଁ, ବରଂ ଏହା ଦୁଇଟି ହୃଦୟର ସାଥୀ ହୋଇ ଚାଲିବାର ଏକ ଅଲିଖିତ ପ୍ରତିଶ୍ରୁତି ମାତ୍ର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia