Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେଦାରନାଥ, ବଦ୍ରୀନାଥରେ ଦାନ ଅର୍ଥ ହେରଫେର

କେଦାରନାଥ, ବଦ୍ରୀନାଥରେ ଦାନ ଅର୍ଥ ହେରଫେର

ରାମ ମନ୍ଦିରରେ ଦାନଅର୍ଥ ଚୋରି ମାମଲା ପରେ ଶ୍ରୀ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର ସମିତି ନିଜ ଅଧିନରେ ଥିବା ସମସ୍ତ ମନ୍ଦିରକୁ ହେଉଥିବା ଦାନ, ଅର୍ପଣ ଏବଂ ରାଜସ୍ବ ସମ୍ବନ୍ଧୀ ସମସ୍ତ ପ୍ରବନ୍ଧନ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ ଦାନ, ଅର୍ପଣ ହେଉଥିବା ଜିନିଷର ସଂଗ୍ରହ, ସୁରକ୍ଷା ଏବଂ ପୂର୍ଣ୍ଣ ପାରିଦର୍ଶିତାକୁ ବାଧ୍ୟତାମୂଳକ କରାଯାଇଛି ।

ଭବିଷ୍ୟରେ ଏଭଳି କିଛି ଅନିୟମିତତା ନ ହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଡେରାଡୁନର ଆରଟିଆଇ କାର୍ଯ୍ୟକର୍ତ୍ତା ବିକାଶ ନେଗି ଅଭିଯୋଗ କରିଛନ୍ତି ଯେ ରାଜନେତା ଓ ସେମାନଙ୍କ ସହଯୋଗୀଙ୍କ ହେଲିକପ୍ଟର ଯାତ୍ରା, ଖାଇବା ଓ ରହିବାର ସବୁ ଖର୍ଚ୍ଚ ଭକ୍ତଙ୍କ ଦାନ ଅର୍ଥରେ କରାଯାଉଛି। ନିକଟରେ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ଏଠାକୁ ଆସିଥିଲା ବେଳେ ସେମାନଙ୍କ ପିଛାରେ ମନ୍ଦିର କମିଟି ୬୦ ହଜାର ଟଙ୍କା ଖର୍ଚ୍ଚ କରିଛି । ସେହିଭଳି ହିନ୍ଦୁ ସଙ୍ଗଠନ ଭୈରବ ସେନା ସଙ୍ଗଠନ ମନ୍ଦିର ପରିଚାଳନା ସହ ଜଡିତ କମିଟି ଓ ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଉପରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହ ଏହାର ତଦନ୍ତ ଲାଗି ଦାବି କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia