Dailyhunt
କୁଜଙ୍ଗ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ

କୁଜଙ୍ଗ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ

କୁଜଙ୍ଗ ବାର୍ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ ଉତ୍ସବ ।ଆଜି କୁଜଙ୍ଗ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଜନ ସାଧାରଣ ଓ ନ୍ୟାୟ ପାଳିକା ମଧ୍ୟରେ ଆଇନଜୀବୀ ମାନେ ସେତୁ ଭଳି ପାଳନ କରନ୍ତି ।

ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରୁ ଆରମ୍ଭ କରି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ବାବା ସାହେବ୍ ଅମ୍ବେଦକର୍ ସମସ୍ତେ ଥିଲେ ଆଇନଜୀବୀ। ସେମାନେ କେବଳ ଲୋକଙ୍କ କେସ ଲଢ଼ୁ ନଥିଲେ , ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରୁଥିଲେ ।

ସେମାନଙ୍କ ଭୂମିକା କେବଳ ରାଷ୍ଟ୍ର ଗଢ଼ିବା ବା ନ୍ୟାୟିକ ବ୍ୟବସ୍ଥା କିଭଳି ପ୍ରଚଳନ ହେବା ତାହା ଥିଲା ମୁଖ୍ୟ କର୍ତ୍ତବ୍ୟ। ସେ କହିଲେ ଆଇନଜୀବୀ ମାନେ ଆଗକୁ ଆସନ୍ତୁ । ସମାଜକୁ ଆଗକୁ ନିଅନ୍ତୁ । ରାଷ୍ଟ୍ର ସେବାରେ ନିଜକୁ ସାମିଲ କରନ୍ତୁ । ସରକାର ନ୍ୟାୟିକ ବ୍ୟବସ୍ଥାରେ ସବୁ ଅସୁବିଧାର ସମାଧାନ କରିବାକୁ ଆଗ୍ରହୀ । କୁଜଙ୍ଗ ବାରର ଭିତ୍ତିଭୂମିର ବିକାଶ ସାଙ୍ଗକୁ ପାଠାଗାର ନିର୍ମାଣ ଓ ଅନ୍ୟାନ୍ୟ ଅସୁବିଧା ଗୁଡ଼ିକ ତୁରନ୍ତ ପୂରଣ କରାଯିବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ କୁଜଙ୍ଗ ବାର୍ ଆସୋସିଏସନ୍ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ମଞ୍ଚରେ ଉପସ୍ଥିତ ସମ୍ପାଦକ ରଞ୍ଜିତ ବିଶ୍ବାଳ ଓ ବରିଷ୍ଠ ଆଇନଜୀବୀ ସତ୍ୟାନନ୍ଦ ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ ପରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଅନ୍ତର୍ଯ୍ୟାମୀ ନାରାୟଣ ଯାଦବ ଧନ୍ୟବାଦ୍ ଅର୍ପଣ କରିଥିଲେ କୁଜାଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ HRTV ଓଡ଼ିଆ

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia