Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଳିତଗିରିରେ ଶିକ୍ଷାବିତ ରୁକ୍ମିଣୀ ଦେବୀଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ଲଳିତଗିରିରେ ଶିକ୍ଷାବିତ ରୁକ୍ମିଣୀ ଦେବୀଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା -୩0/୫ (ଆପ୍ର)ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ, ବିଶିଷ୍ଟ ଶିକ୍ଷାବିତ ମହେନ୍ଦ୍ର ସିଂଙ୍କ ସହଧର୍ମିଣୀ ରୁକ୍ମିଣୀ ଦେବୀଙ୍କ ସ୍ମୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଐତିହାସିକ ବୌଦ୍ଧପୀଠ ଲଳିତଗିରି ଠାରେ ଅନୁଷ୍ଠିତ ହୋଇଯାଇଛି lସର୍ବଭାରତୀୟ ଶିକ୍ଷା ସମିତିର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୁତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗୀୟା ରୁକ୍ମିଣୀ ଦେବୀଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ,ଶିକ୍ଷାବିତ ଲାଲ ବିହାରୀ ଜେନା,ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କବି ଭକ୍ତ ଚରଣ ସାହୁ,ବିରୂପା ସାହିତ୍ୟ ସଂସଦର ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି,ସାହିତ୍ୟିକ ହେମନ୍ତ କୁମାର ଜେନା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଶତପଥୀ,ବିଶିଷ୍ଟ ପାଲାକାର ସତ୍ୟାନନ୍ଦ ଦାସ,କବି ରୁଦ୍ର ପ୍ରସନ୍ନ ସାମଲ, ସାମ୍ବାଦିକ ଵେବର୍ତ୍ତା ଅଜୟ ବଲ୍ଲଭ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରୁକ୍ମିଣୀ ଦେବୀଙ୍କ ବ୍ୟକ୍ତିତ୍ୱ ଯୁବ ସମାଜ ପାଇଁ ଧେୟ ହେବାକୁ ଆହ୍ୱାନ ଦେଇଥିଲେ l ପ୍ରାଧ୍ୟାପକ ଡକ୍ଟର ଯଚିନ୍ଦ୍ରା ନାଥ ରାଉତ, ଯୁଗାନ୍ତର ସମ୍ପାଦକ ଭାଗ୍ୟଧର ସାହୁ,କବି ଶୈଳଜା ଶଙ୍କର,ଲେଖିକା ସସ୍ମିତା ପଣ୍ଡା, ପ୍ରତାପ ବୀରବର ଶ୍ରୀଚନ୍ଦନ ପୃଷ୍ଟି, କବି ଲବଙ୍ଗ ଲତା ରାଉତ, ସାମ୍ବାଦିକ ରାମଚନ୍ଦ୍ର ଦାଶ ,କବି ରାଜକିଶୋର ମୁଣ୍ଡି ,ବଟକୃଷ୍ଣ ନାୟକ,ସନ୍ତୋଷୀ ସିଂ,ଅକ୍ଷୟ ତରାଇ,ମଞ୍ଜୁବାଳା ସ୍ୱାଇଁ,ଦିପ୍ତୀରଂଜ, ପ୍ରିୟ ରଞ୍ଜନ,ସତୀଶ କୁମାର ସିଂ,ପ୍ରଣବ ଜେନା,ଅମୀୟବାଳା ସ୍ୱାଇଁ,ଅଜୟ ଜେନା, ପ୍ରିୟ ରଞ୍ଜନ ଦାସ, ଯଯାତି ସିଂ,ମନୀଷା ସିଂ, ସରିତା ସିଂ,ମୋନାଲିସା ସିଂ,ପ୍ରମୁଖ ଦିବଂଗତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ମୁତି ଚାରଣ କରିଥିଲେ l ଏହି ଅବସରରେ ସ୍ବର୍ଗୀୟ ରୁକ୍ମିଣୀ ଦେବୀଙ୍କ କୃତୀ ଓ କୀର୍ତ୍ତିର ସ୍ଵାକ୍ଷର ସ୍ମରଣିକା 'ସ୍ମୁତିରେ ରୁକ୍ମିଣୀ ' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ପଣ୍ଡିତ ସତ୍ୟାନନ୍ଦ ଦାଶ ବେଦପାଠ କରିଥିଲେ l କବି ହେମନ୍ତ ଜେନା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l ଏହି ସ୍ମୁତି ଉତ୍ସବରେ ବହୁ କବି, ସାହିତ୍ୟିକ, ଅଧ୍ୟାପକ, ସାମ୍ବାଦିକ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia