Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ସରୋଜ କୁମାର ରାଉଳ।ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା।

ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଏପ୍ରିଲ ୧୦ ତାରିଖରେ ମହିଳାଙ୍କୁ ତାଙ୍କ ସ୍ଵାମୀ ଏକ ସ୍ମାର୍ଟ ଫୋନ ଦେଇଥିଲେ। କିଛିଦିନ ପରେ ଅଭିଯୁକ୍ତ ସରୋଜ ତାଙ୍କ ଫୋନକୁ ବାରମ୍ବାର ଫୋନ କରିବା ସହ ମେସେଞ୍ଜର ଓ ହ୍ୱାଟ୍ସଆପରେ ଚାଟିଂ କରି ତାଙ୍କ ସହ ବନ୍ଧୁତା ବଢ଼ାଇବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଆକୃଷ୍ଟ କରିଥିଲେ। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ସରୋଜ ମହିଳାଙ୍କ ଘରକୁ ଆସି ତାଙ୍କୁ ବଳାତ୍କାର କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ ଭିଡ଼ିଓ ଉଠାଇ ସ୍ବାମୀଙ୍କୁ ସବୁଦିନ ପାଇଁ ଛାଡ଼ିଦେବାକୁ ମହିଳାଙ୍କୁ ପ୍ରବର୍ତ୍ତାଇଥିଲେ। ମହିଳା ଜଣକ ମନା କରିବାରୁ ସେ ତାଙ୍କ ପାଖରେ ଥିବା ଫଟୋ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାର ଭୟ ଦେଖାଇ ବ୍ଲାକମେଲିଂ କରି ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ ଜାଗାକୁ ଡାକି ନେଇ ଏକାଧିକ ଥର ବଳାତ୍କାର କରିଥିଲେ। ସ୍ତ୍ରୀଙ୍କ ସହ ଅଭିଯୁକ୍ତଙ୍କ ଅବୈଧ ସମ୍ପର୍କ ଜାଣିବା ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ମହିଳା ଜଣକ ନିରୁପାୟ ହୋଇ ବାପ ଘରେ ଆଶ୍ରୟ ନେଇଥିଲେ। ଅଭିଯୁକ୍ତ ତାଙ୍କୁ ଫୋନ କରି ବାପଘରକୁ ଆସି ତାଙ୍କୁ ନେଇଯିବି ବୋଲି କହିଥିଲେ। ମହିଳା ଜଣକ ଆପତ୍ତି କରିବାରୁ ତାଙ୍କୁ ଓ ତାଙ୍କ ସ୍ଵାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ପରେ ଗତ ଅଗଷ୍ଟ ୧୯ ତାରିଖରେ ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟ ଭାଇଙ୍କ ମୋବାଇଲକୁ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ଗୁଡ଼ିକୁ ଅଭିଯୁକ୍ତ ପଠାଇଥିଲେ। ଗତ ସୋମବାର ପୀଡ଼ିତା କେ.ନୂଆଗାଁ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia