Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି ।ଜଳଭଣ୍ଡାରର ଜଳସ୍ତର ୬୨୩ ଫୁଟ ଟପିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଛି ।

ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୫ ଓ ଦକ୍ଷିଣ ପାର୍ଶ୍ଵର ୩ଟି ମିଶି ମୋଟ ୮ଟି ସ୍କୁଇସ୍ ଗେଟ ଜରିଆରେ ଅତିରିକ୍ତ ବନ୍ଯାଜଳ ନିଷ୍କାସନ କରାଯାଉଛି । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉପକୂଳ ତଥା ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି, ନଦୀଗୁଡ଼ିକର ବର୍ଦ୍ଧିତ ଜଳସ୍ତର ଏବଂ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia