Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳରେ ଭୟଙ୍କର ବନ୍ୟା ପରେ ଭାରତୀୟ ଗଣମାଧ୍ୟମକୁ ଶଶି ଥରୁରଙ୍କ ପରାମର୍ଶ

ନେପାଳରେ ଭୟଙ୍କର ବନ୍ୟା ପରେ ଭାରତୀୟ ଗଣମାଧ୍ୟମକୁ ଶଶି ଥରୁରଙ୍କ ପରାମର୍ଶ

କଂଗ୍ରେସ ସାଂସଦ ଶଶି ଥରୁର ନେପାଳରେ ବିନାଶକାରୀ ବନ୍ୟା ପରେ ଭାରତର ତ୍ୱରିତ ସହାୟତାକୁ ସ୍ୱାଗତ କରିଛନ୍ତି। ତେବେ ସେ ଭାରତୀୟ ମିଡିଆକୁ ସଚେତନ କରି ୨୦୧୫ ଭୂମିକମ୍ପ କାଳରେ କଭରେଜରେ କରିଥିବା ଭୁଲର ଯେପରି ପୁନରାବୃତ୍ତି ନ କରେ ସେଥି ପାଇଁ ସତର୍କ କରିଛନ୍ତି। ତେବେ ପଡ଼ୋଶୀ ଦେଶକୁ ସହାୟତା ପ୍ରଦାନ ସମୟରେ ଭାରତୀୟ ଗଣମାଧ୍ୟମ 'ଅହଂକାର' ପ୍ରଦର୍ଶନ ନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।

୨୦୧୫ରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ-ନେପାଳ ସମ୍ପର୍କ ତିକ୍ତ ହୋଇଥିଲା । ସେତେବେଳେ ଭାରତୀୟ ଗଣମାଧ୍ୟମରେ ଭାରତର ରିଲିଫ୍‌ ସହାୟତାର ବ୍ୟାପକ ପ୍ରଚାର ନେପାଳୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ସୃଷ୍ଟି କରିଥିଲା ।ସେତେବେଳେ ଗଣମାଧ୍ୟମର ଏପରି ପ୍ରସାରଣକୁ ନିନ୍ଦା କରି ଥରୁର କହିଥିଲେ ଯେ, ଯେଉଁମାନେ ସଙ୍କଟରେ ଅଛନ୍ତି ଓ ସାହାୟତା ପାଉଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ଏହାର ପ୍ରଚାର କରିବା ଆବଶ୍ୟକ ନାହିଁ । ଏଥର ମଧ୍ୟ ନେପାଳ ପ୍ରତି ଭାରତର ମନୋଭାବରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇ ଥରୁର କହିଛନ୍ତି ଯେ, ନୂଆଦିଲ୍ଲୀ ନେପାଳକୁ ଏକ ସାର୍ବଭୌମ ଓ ସମାନ ଦେଶ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ।। ମୋର ବିଶ୍ୱାସ ଆହୁରି ସହାୟତା କରାଯିବ। ଯାହା ବି ଜରୁରି ଭାରତ ସରକାର କରିବେ। ଆମେ ନେପାଳର ନିକଟତମ ପଡ଼ୋଶୀ ଓ ନେପାଳ ସହ ଆମେ ଏକଜୁଟ ଭାବେ ଛିଡା ହୋଇଛେ। ଏହା ହିଁ ବଡ଼ କଥା ବୋଲି ଥରୁର କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia